କେନ୍ଦ୍ରାପଡ଼ା:୨୧.୦୧.(ପ୍ରଫୁଲ୍ଲ କୁମାର ମଲ୍ଲ) ଆଜି ଜିଲ୍ଲାପାଳ ରଘୁରାମ ଆର ଆୟରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀ ମାନଙ୍କ ସହ ଏକ ବିସ୍ତୃତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଗ୍ରାମୀଣ ଉନ୍ନୟନ ଏବଂ ଜନକଲ୍ୟାଣ ଯୋଜନା ଗୁଡ଼ିକର ଅଗ୍ରଗତି ଉପରେ ଗଭୀର ଆଲୋଚନା କରାଯାଇଥିଲା। ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଗ୍ରାମୀଣ ଆବାସ ଯୋଜନା, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ନିଶ୍ଚୟତା ଯୋଜନା (MGNREGS), ବିକଶିତ ଗାଁ ବିକଶିତ ଓଡ଼ିଶା ,ଗ୍ରାମ ପଂଚାୟତ ଭବନ, ପଞ୍ଚାୟତ ଲର୍ଣିଂ ସେଣ୍ଟର, ଅଙ୍ଗନବାଡ଼ି କେନ୍ଦ୍ର, ସ୍ୱଚ୍ଛ ଭାରତ ମିଶନ, ଗ୍ରାମୀଣ ଜୀବିକା ମିଶନ (OLM), ମିଶନ ଶକ୍ତି, ରୁରାଲ ଇଣ୍ଡଷ୍ଟ୍ରିଆଲ ପାର୍କ, ଏବଂ ସମଗ୍ର ଶିକ୍ଷା ଅଭିଯାନ ଆଦି ବିଷୟରେ ବ୍ଲକ୍ୱାର ଅଗ୍ରଗତି ସମୀକ୍ଷା କରାଯାଇଥିଲା।ଜିଲ୍ଲାପାଳ ମହୋଦୟ ସମସ୍ତ ବିଡ଼ିଓ ମାନଙ୍କୁ ଯୋଜନାଗୁଡ଼ିକୁ ସମୟବଦ୍ଧ, ଗୁଣାତ୍ମକ ଓ ଲକ୍ଷ୍ୟଭିତ୍ତିକ ଭାବରେ କାର୍ଯ୍ୟକାରୀ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ଅସମ୍ପୂର୍ଣ୍ଣ ଓ ଅଧୂରା ପ୍ରକଳ୍ପଗୁଡ଼ିକୁ ଶୀଘ୍ର ସମାପ୍ତ କରି ଜନସାଧାରଣଙ୍କୁ ଲାଭ ପହଞ୍ଚାଇବା ପାଇଁ ସେ ଗୁରୁତ୍ୱ ଦେଇଥିଲେ।ଏହା ସହିତ ଜିଲ୍ଲାପାଳ ମହୋଦୟ ସ୍ପଷ୍ଟ କରିଥିଲେ ଯେ, କ୍ଷେତ୍ର ସ୍ତରରେ ଦାୟିତ୍ୱବୋଧ, ସମନ୍ୱୟ ଓ କାର୍ଯ୍ୟଦକ୍ଷତା ହିଁ ସରକାରୀ ଯୋଜନାର ସଫଳତାର ମୂଳ ଆଧାର। ଲୋକମୁଖୀ ଉନ୍ନୟନ ଓ ସାମାଜିକ-ଆର୍ଥିକ ଉନ୍ନତି ପାଇଁ ସମସ୍ତ ଅଧିକାରୀଙ୍କୁ ଟିମ୍ ଭାବେ କାମ କରିବାକୁ ସେ ଆହ୍ୱାନ କରିଥିଲେ।
ବୈଠକରେ ମୂଖ୍ୟ ଉନ୍ନୟନ ଅଧିକାରୀ ,ଜିଲ୍ଲା ପରିଷଦ କେନ୍ଦ୍ରାପଡ଼ା ,ସମ୍ପୃକ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ଯୋଜନାର ନୋଡାଲ ଅଧିକାରୀ ଏବଂ ସମସ୍ତ ବ୍ଲକର ବିଡ଼ିଓ ମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.