ବେଲଗୁଣ୍ଠା, -(ଶିବାରମ ଚୌଧୁରୀ )-, ଗତ ମକର ଯାତ୍ରାରେ ବେଲଗୁଣ୍ଠାରେ ଦୁଇ ଦଳିତ ଗୋଷ୍ଠୀ ମଧ୍ୟରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ମାମଲାରେ ଆଜି ବେଲଗୁଣ୍ଠା ପୋଲିସ୍ ୧୭ ଜଣ ମହିଳାଙ୍କୁ ଗିରଫ କରିଛି I ଗିରଫ ହୋଇଥିବା ମହିଳା ମାନେ ହେଲେ ବେଲଗୁଣ୍ଠା ହରିଜନ ସାହିର କବିତା ନାଇକ(୪୦), ଝିଲି ନାଇକ(୪୫), ବାମା ନାଇକ(୫୨), ଭାଗ୍ୟ ନାଇକ(୫୫), କୁମାରୀ ନାଇକ(୫୫), ଭାରତୀ ନାଇକ(୪୦), ହେମ ନାଇକ(୫୦), ବବିତା ନାଇକ(୪୫), ଦମୟନ୍ତୀ ନାଇକ(୪୨), ମିନି ନାଇକ(୪୫), ସଞ୍ଜୁ ନାଇକ(୪୦), ମାଧୁରୀ ନାଇକ(୫୫), ଶଇଳ ନାଇକ(୪୭), ମଙ୍ଗୁଳି ନାଇକ(୫୨), ଚମ୍ପା ନାଇକ(୫୦), ବାସନ୍ତୀ ନାଇକ(୫୩) ଏବଂ ସଞ୍ଜୁ ନାଇକ (୩୮) I ସୂଚନା ପ୍ରକାରେ ଗତ ମକର ସଂକ୍ରାନ୍ତି ଦିନ ବେଲଗୁଣ୍ଠାରେ ଲକ୍ଷ୍ମୀ ନୃସିଂହ ସପନ ମେଳା ଯାତ୍ରା ଚାଲିଥିବା ବେଳେ ହରିଜନ ଉଢୁରାର ଜଣେ ଯୁବକଙ୍କୁ ବେଲଗୁଣ୍ଠା ହରିଜନ ସାହିର କିଛି ଯୁବକ ଆକ୍ରମଣ କରିଥିବା ନେଇ ତା ପରଦିନ ସନ୍ଧ୍ୟାରେ ବେଲଗୁଣ୍ଠା ଥାନାକୁ ଅଭିଯୋଗ କରିବାକୁ ଆସୁଥିବା ହରିଜନ ଉଢୁରାର ଲୋକଙ୍କୁ ବେଲଗୁଣ୍ଠା ହରିଜନ ସାହିର ଲୋକେ ଆକ୍ରମଣ କରିବା ନେଇ ଅଭିଯୋଗ ହୋଇଥିଲା I କ୍ରମେ ଏହା ଏକ ବଡ଼ ଧରଣର ଗୋଷ୍ଠୀ ସଂଘର୍ଷର ରୂପ ନେଇ ଏଥିରେ ଉଭୟ ପକ୍ଷର କିଛି ଲୋକ ଆହତ ହୋଇଥିଲେ I ପରିସ୍ଥିତି ଅଣାୟତ ହେବାରୁ ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଡ ଦୀପକ୍ କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ବେଲଗୁଣ୍ଠା, ଭଞ୍ଜନଗର, ଜଗନ୍ନାଥପ୍ରସାଦ, ବୁଗୁଡ଼ା ଏବଂ ଭଞ୍ଜନଗର ପୋଲିସ୍ ବାହିନୀ ମିଳିତ ଭାବେ ପରିସ୍ଥିତିକୁ ଆୟତ କରିବା ସହ ଉଭୟ ପକ୍ଷର ଦଶ ଜଣଙ୍କୁ ଗିରଫ କରିଥିଲେ I ଏନେଇ ବେଲଗୁଣ୍ଠା ଥାନାରେ ଦୁଇଟି ମାମଲା ରୁଜୁ କରାଯାଇ ବେଲଗୁଣ୍ଠା ଥାନା ଏସ୍ଆଇ ଘଟଣାର ତଦନ୍ତ କରୁ୍ଥିବା ବେଳେ କେଶ୍ ନମ୍ବର୍ ୨୨/୨୫ କୁ ଭିତ୍ତି କରି ଆଜି ବେଲଗୁଣ୍ଠା ପୋଲିସ୍ ଉପରୋକ୍ତ ୧୭ ମହିଳାଙ୍କୁ ଗିରଫ କରିଥିବା ବେଲଗୁଣ୍ଠା ଥାନା ଅଧିକାରିଣୀ ରେବତୀ ଶବର ସୂଚନା ଦେଇଛନ୍ତି I
Sign in
Sign in
Recover your password.
A password will be e-mailed to you.