ମାସାଧିକ କାଳ ହେଲା ପୋଲର ବାଡ଼ା ଭାଙ୍ଗିଗଲାଣି, ଏବେ ବାଉଁଶ ବାଡ଼ା ବନ୍ଧା ଯାଇଛି

2

ଜଗତସିଂହପୁର,ତା-୨୧.୦୧. ୨୦୨୬/ସୁମନ୍ତ କୁମାର ଦାସ: ଜଗତସିଂହପୁର ଓ କଟକ ଜିଲ୍ଲାର ନିଆଳି ବ୍ଲକର ଦୀପାଞ୍ଚଳ ମଧ୍ୟରେ ସଂଯୋଗର ପ୍ରମୁଖ ମାଧମ ହେଉଛି ଆଳିପିଙ୍ଗଳ ପୋଲ । ଦୈନିକ ହଜାର ହଜାର ଲୋକ ଏହା ଉପରେ ଯାତାୟାତ କରନ୍ତି ମାତ୍ର ଆଳିପିଙ୍ଗଳ ପୋଲଟି ବିପଦସଙ୍କୁଳ ଅବସ୍ଥାରେ ଅଛି । ପୋଲ ଉପରେ ଗାଡିଟିଏ ଗଲେ ଛାତି ଥରୁଛି । ମାସାଧିକ କାଳ ହେଲା ପୋଲର ବାଡ଼ା ଭାଙ୍ଗିଗଲାଣି, ଏବେ ବାଉଁଶ ବାଡ଼ା ବନ୍ଧା ଯାଇଛି । ତଥାପି ସେହି ପୋଲ ଉପରେ ଦୈନିକ ଶହ ଶହ ହାଇୱାରେ ଓଭରଲୋଡ୍ ହୋଇ ବାଲି ବୁହା ଚାଲିଛି ମାତ୍ର ଜଗତସିଂହପୁର ଜିଲ୍ଲା ପ୍ରଶାସନ ନିରବ ହୋଇ ବସିଛି। ଜଗତସିଂହପୁର ବ୍ଲକର ଆଳିପିଙ୍ଗଳ ଠାରେ ଦେବୀ ନଦୀର ବାମ ପଟେ ଜଗତସିଂହପୁର ମୂଳ ଓ ଡାହାଣ ପଟରେ କଟକ ଜିଲ୍ଲାର ନିଆଳି ବ୍ଲକ ପୂର୍ବରୁ ନଦୀରେ ଡଙ୍ଗାରେ ଲୋକେ ନଦୀ ପାର ହୋଇ ଯାତାୟାତ କରୁଥିଲେ। ପରେ ଆଳିପିଙ୍ଗଳ ଠାରେ ଜଗତସିଂହପୁର ପୂର୍ବ ବିଭାଗ ପକ୍ଷରୁ ପୋଲ ନିର୍ମାଣ କରାଗଲା । ଏହି ପୋଲ ହେବା ପରେ ଜଗତସିଂହପୁର ଲୋକେ ଅଡଶପୁର, ନିଆଳି, କାକଟପୁର ଦେଇ ଭୁବନେଶ୍ବର ଓ ପୁରୀ ଯାତାଯାତ କଲେ । ୨୦୧୮ ମସିହାରେ ସ୍ଥାନୀୟ ଲୋକଙ୍କ ଅଭିଯୋଗ କ୍ରମେ ପୂର୍ଗ ବିଭାଗର ଉଚ୍ଚସ୍ତରୀୟ କମିଟି ଆସି ତଦାରଖ କରି ପୋଲଟି କ୍ରମଶଃ ଦୁର୍ବଳ ହୋଇ ପଡିଲାଣି ବୋଲି ରିପୋର୍ଟ ଦେବା ସହ ଏହା ଉପରେ ଲାଗି ଯାନ ଚଳାଚଳ ବନ୍ଦ କରିବା ପାଇଁ ନିର୍ଦେଶ ଦେଇଥିଲା । ପରେ କମିଟି ନିର୍ଦେଶ ଅନୁସାରେ ପୋଲରେ କିଛି ମରାମତି କରାଯାଇଥିଲା। ପୋଲଟି ଦିନକୁ ଦିନ ବିପଦସଙ୍କୁଳ ଅବସ୍ଥାରେ ପହଞ୍ଚିଥିବା  ଯୋଗୁଁ ଜଗତସିଂହପୁର ପୂର୍ତ୍ତ  ବିଭାଗ ପକ୍ଷରୁ ପୋଲର ଉଭୟ ପଟରେ ଲାଗି ଯାନ ନଆସିବା ପାଇଁ ଲୁହା ବାଡ଼ା ଲଗାଯାଇଥିଲା ।  ପରେ ପୂର୍ବ ବିଭାଗର ଆଉ ଏକ ଟିମ ଆସି ଲୁହା ବାଡ଼ା ଲଗାଇବାକୁ ନିର୍ଦେଶ ଦେବା ସହ ଏହା କଡରେ ଆଉ ଏକ ପୋଲ ତୁରନ୍ତ ନିର୍ମାଣ କରିବାକୁ ରିପୋର୍ଟ ଦେଇଥିଲା। ପରେ ପୂଣି ଥରେ ଲୁହାବାଡ଼ା ଲଗା ଗଲା ମାତ୍ର ଡାଲି ହାଇୱା ଯିବାରେ ଅସୁବିଧା ହେବାରୁ ତାକୁ ମଧ୍ୟ ଭାଙ୍ଗି ଦେଲେ । ୨୦୨୩ ମସିହା ଜାନୁୟାରୀ ୧୯ ତାରିଖରେ ନୂତନ ପୋଲ ନିର୍ମାଣ ପାଇଁ ଶୁଭଦିଆଯାଇଥିଲା । ଦୀର୍ଘ ୩ ବର୍ଷ ପରେ ମାତ୍ର ୪/୫ଟି ପିଲର ଉଠାଯାଇଛି ତାହା ପୁଣି ନଦୀର ବାଲି ପରଣ ପର୍ଯ୍ୟନ୍ତ ହୋଇଛି।

Leave A Reply

Your email address will not be published.