ଅସ୍ତରଙ୍ଗ/ଦୁଃଶାସନ ସ୍ୱାଇଁ: ପୂରୀ ବନ୍ୟପ୍ରାଣୀ ବନ ଖଣ୍ଡ ଅଧୀନ ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳ ତରଫରୁ ବୁଧବାର ଦିନ ସମୁଦ୍ର ତଟ ସହ ପିର ମନ୍ଦିର ପରିସର, ଝାଉଁ ଜଙ୍ଗଲ ର ବଣ ଭୋଜି ସ୍ଥଳ, ଆଦି ସ୍ଥାନରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଆରମ୍ଭ କରା ଯାଇ ଥିଲା l ଏହି କାର୍ଯ୍ୟକ୍ରମ କୁ ଅସ୍ତରଙ୍ଗ ରେଞ୍ଜର ମୋନାଲିସା ମହାପାତ୍ର ଶୁଭାରମ୍ଭ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସୁରେନ୍ଦ୍ରନାଥ ବିଦ୍ୟାପୀଠ ସୁନ୍ଦର ର ଛାତ୍ର ଛାତ୍ରୀ ସମେତ ସମୁଦ୍ର ତଟ ଦେଶରେ ଥିବା ଗ୍ରାମ ଗୁଡିକର ଜନ ସାଧାରଣ,ଲୋକ ପ୍ରତିନିଧି,ଫରେଷ୍ଟର କାଳି ଚରଣ ମହାନ୍ତି, କୈଳାସ ନାୟକ, ଟିକିନା ପ୍ରଧାନ, ପରିବେଶ ବିତ୍ତ ଶୋଭାକର ବେହେରା, ବିଚିତ୍ରା ନନ୍ଦ ବିଶ୍ୱାଳ ସରପଞ୍ଚ କ୍ଷୀରୋଦ କାଣ୍ଡି, ସମିତିସଭ୍ୟ ବିମ୍ବାଧର ବିଶ୍ୱାଳ, ସମାଜ ସେବି ଜିତେନ୍ଦ୍ର ନାୟକ, ସିବ ଚରଣ ନାୟକ ବେଳାଭୂମି ରେ ନିୟୋଜିତ ପୋଲିସ ଦଳ ଙ୍କ ସମେତ ବନରଖି ଓ ବନ ବିଭାଗ ଫ୍ଲ୍ୟାଇଙ୍ଗି ସ୍କ୍ୱାଡ଼ ପ୍ରଭୁତି ସାମିଲ ହୋଇ, ରାଲି କରି ବିଭିର୍ଣ୍ଣ ସ୍ଲୋଗାନ ଦେଇ ଜରି, ପ୍ଲାଷ୍ଟିକ, ଛିଣ୍ଡା ଜାଲ, ଅଳିଆ ଆବର୍ଜନା ଆଦି ଗୋଟେଇ ଡଷ୍ଟବିନ ରେ ଅନ୍ୟତ୍ର ସ୍ଥାନାନ୍ତରିତ ପାଇଁ ରଖିଥିଲେ l ଶେଷରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ରେ ସାମିଲ ଥିଵା ଦଳ ଙ୍କୁ ନେଇଏକ ଶପଥ ପାଠ ସହ ଆଲୋଚନା ଚକ୍ର ରେଞ୍ଜର ମୋନାଲିସା ମହାପାତ୍ର ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇ, ସମୁଦ୍ର ତଟ କିପରି ପ୍ଲାଷ୍ଟିକ ମୁକ୍ତ ହେବ, ଜଙ୍ଗଲ ନିଆଁ ଦାଉରୁ କିପରି ରକ୍ଷା ପାଇବ, ଆଦି ବିଷୟ ଉପରେ ନିଜ ନିଜ ର ମତ ରଖିଥିବାର ଦେଖା ଯାଇଥିଲା l
Sign in
Sign in
Recover your password.
A password will be e-mailed to you.