କେନ୍ଦୁଝର,୨୦/୧- ନ୍ୟାସନାଲ କନକ୍ଲେଭ ଅନ୍ ଭିଜନ୍ ଡକ୍ୟୁମେଣ୍ଟ ୨୦୩୬ ଫର୍ ଏକ ଡେଭଲପମେଣ୍ଟ ଓଡିଶା, କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲାର ସୁନାମଧନ୍ୟ ଦନ୍ତ ଚିକିତ୍ସକ ଡଃ ସଂଜୀବ କୁମାର ଓତା ସମ୍ବର୍ଦ୍ଧିତ ହୋଇଛନ୍ତି। ଜାନୁଆରୀ ୧୮ରେ ଉଦୟ ଇଣ୍ଡିଆ ଦ୍ୱାରା ଆୟୋଜିତ ହୋଇଯାଇଛି । ଏହାର ଲକ୍ଷ୍ୟ ଓ ବିଷୟବସ୍ତୁ ସମ୍ପର୍କରେ ଏକ ଦଳଗତ ଆଲୋଚନା ହୋଇଥିଲା । ସେଥିରେ ଭିତ୍ତିଭୂମି ଓ ବିକାଶ,ସ୍ୱାସ୍ଥ୍ୟ ସେବା ପର୍ଯ୍ୟଟନ ଓ ସଂସ୍କୃତି ସହ ଶିକ୍ଷା ସମ୍ପର୍କ ରେ ବିଶେଷ ଆଲୋଚନା ହୋଇଥିଲା। ଏଥିରେ ଓଡିଶା ସରକାରଙ୍କର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ,ଓଡିଶା ବିଧାନସଭାର ବାଚସ୍ପତି ସୁରମା ପାଢୀ,ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ,ଆଇନମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ,ପଶୁ ପାଳନ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ,ବଲାଙ୍ଗୀର ସାଂସଦ ସଂଗୀତା ସିଂହଦେଓ,ଢେଙ୍କାନାଳ ଲୋକସଭା ସଦସ୍ୟ ରୁଦ୍ରନାରାୟଣ ପାଣି,ପୂର୍ବତନ ସାଂସଦ ତଥାଗତ ଶତପଥି,ବଡଚଣା ବିଧାୟକ ଅମର ନାୟକ,ଏଥିରେ ହେଲଥ୍ କନକ୍ଲେଭରେ ମ୍ୟାକ୍ସ ହସ୍ପିଟାଲ ଦିଲ୍ଲୀର ଡାକ୍ତର ପୱନ ଗୁପ୍ତା,ଏମ୍ସ୍ ଭୋପାଳ ଡାକ୍ତର ମାଧବ ନନ୍ଦ, ଡାକ୍ତର ସୁରେନ୍ଦ୍ର ସେନାପତି, ଡାକ୍ତର ସଂଜୀବ ଓତା କେନ୍ଦୁଝରରୁ ପ୍ୟାନେଲ ଆଲୋଚନାରେ ଭାଗ ନେଇଥିଲେ । ଏହା ବିଶେଷତଃ ମୁଖ କର୍କଟ ଏବଂ ତମାଖୁ ବର୍ଜନ ଉପରେ ଆଲୋକପାତ କରାଯାଇଥିଲା । ଓଡିଶା ଓ ଓଡିଶା ବାହାରୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ । ଉଦୟ ଇଣ୍ଡିଆ ନିଉଦିଲ୍ଲୀ ର ସଂପାଦକ ଦୀପକ ରଥ ଓ ଓଡିଶାର ଗତିକୃଷ୍ଣ ଦାସ ଆୟୋଜନ କରିଥିଲେ । କେନ୍ଦୁଝରର ବରିଷ୍ଠ ଡାକ୍ତର ସଂଜୀବ କୁମାର ଓତା ଯିଏ କି ଜଣେ ପ୍ରସିଦ୍ଧ ଦନ୍ତରୋଗ ବିଶେଷଜ୍ଞ ତାଙ୍କୁ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ,ଲୋକସଭା ସଦସ୍ୟ ରୁଦ୍ରନାରାୟଣ ପାଣି,ବଡଚଣା ବିଧାୟକ ଅମର ନାୟକ ପୁଷ୍ପଗୁଚ୍ଛ,ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ ।
Sign in
Sign in
Recover your password.
A password will be e-mailed to you.