କେନ୍ଦୁଝର,ତା୨୦/୧- କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚଡିଙ୍କ ନିର୍ଦ୍ଦେଶ କ୍ରମେ ବଡ଼ବିଲ ରେଞ୍ଜ ବନ ଅଧିକାରୀଙ୍କ ନେତୃତ୍ୱରେ ବେନିୟମ ଖଣି କାରବାର ଉପରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ହୋଇଛି। ସୂଚନା ମିଳିଛି କି ଏହି ଚଢ଼ାଉରେ ଗୋଟେ ପିକ୍ ଅପ୍ ଭ୍ୟାନ ଜବତ ହେବା ବେଳେ ମାଙ୍ଗାନିଜ ପଥର ଗୁଣ୍ଡ କରିବାକୁ ଥିବା ଗୋଟେ କ୍ରସର ପ୍ଲାଣ୍ଟ କାଶିଆ ଗ୍ରାମରେ ସିଲ୍ ହୋଇଛି। ଏହି ଘଟଣା ଗୁଆଲି ବିଟ୍, ଭଦ୍ରାସାହି ସେକସନର ବୋଲି ଜଣାଯାଇଛି। ଦୁଇଜଣ ମହମ୍ମଦ ରଫିକ(୪୮), ପି.-ମହମ୍ମଦ ସୁଲେମାନ, ଘର- ରୋଇଡା ଏବଂ ନିର୍ମଳ ନାଏକ(୪୭), ପି.-ନନ୍ଦକିଶୋର ନାଏକ, ଘର-ଯୋଡାଙ୍କୁ ଗିରଫ କରାଯାଇଛି। ଏଥିସହ ୮୦ ଟନ୍ ମାଙ୍ଗାନିଜ ପଥର ଯାହାର ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ ସିଜ୍ କରାଯାଇଛି। ବନ ବିଭାଗ ପକ୍ଷରୁ ଅନେକ ଦିନରୁ ଏହି ଘଟଣା ଉପରେ ନଜର ରଖାଯାଇଥିଲା ଠିକଣା ବେଳେ କାର୍ଯ୍ୟାନୁଷ୍ଠାନ ହେଲା ବୋଲି କୁହାଯାଇଛି।
Sign in
Sign in
Recover your password.
A password will be e-mailed to you.
Next Post