ମହାକାଳପଡା ବ୍ଲକ ପରିସରରେ “ବନ୍ଦେ ମାତରମ” ର ୧୫୦ତମ ପୂର୍ତ୍ତି ସମାରୋହ ।

2

କେନ୍ଦ୍ରାପଡା:୧୯.୦୧(ପ୍ରଫୁଲ୍ଲ କୁମାର ମଲ୍ଲ)– “ବନ୍ଦେ ମାତରମ” ସମ୍ପକରେ ସଚେତନତା ସୃଷ୍ଟି ନିମନ୍ତେ ମହାକାଳପଡା ବ୍ଲକ କାର୍ଯ୍ୟାଳୟ ପରିସରରେ “ବନ୍ଦେ ମାତରମ”ର ୧୫୦ତମ ପୂର୍ତ୍ତି ସମାରୋହ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ସମାରୋହରେ ଡ. ଦୂର୍ଗା ପ୍ରସନ ନାୟକ, ମାନ୍ୟବର ବିଧାୟକ, ମହାକଳପଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ “ବନ୍ଦେ ମାତରମ” ଉପରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ଭାଗ ନେବା ସହ, ଆତ୍ମ ନିର୍ଭର ଭାରତ ଉପରେ “ସ୍ୱଦେଶୀ ସଂକଳ୍ପ ପାଠ” କରାଇଥିଲେ | ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର କ୍ଲଷ୍ଟର ସ୍ତରୀୟ ସଂଗୀତ, ବକ୍ତୃକ୍ତା, ପ୍ରବନ୍ଧ ଲିଖନ ଓ ଚିତ୍ରାଙ୍କନ ଆଦି ପ୍ରତି ଯୋଗିତାରେ ଭାଗନେଇଥିବା କୃତି ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା | ଏଥିରେ ବ୍ଲକର ସମସ୍ତ ପାଥମିକ, ଉଚ୍ଚପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ, ଅଧ୍ୟାପକ, ଅଧ୍ୟାପିକା ତଥା ଛାତ୍ର ଛାତ୍ରୀ ମାନେ ଭାଗ ନେଇଥିଲେ | ତତ ସହିତ ମଧୁବାବୁ ପେନସନ ଯୋଜନା ଅନ୍ତର୍ଗତ ୨୪୦ ଜଣ ନୂତନ ଭତ୍ତା ହିତାଧିକାରୀଙ୍କୁ ମଧ୍ୟ ନୂତନ ଭତା ବଣ୍ଟନ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ମହାକାଳପଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ମିରାରାଣୀ ମହାନ୍ତି ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ | ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ରବିନାରାୟଣ ଆଚାର୍ଯ୍ୟ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ | ସମ୍ମାନୀତ ଅତିଥିଭାବେ ମାନ୍ୟବର ସାଂସଦ, କେନ୍ଦ୍ରାପଡାଙ୍କ ପ୍ରତିନିଧି ଭାବେ ଶ୍ରୀଯୁକ୍ତ ସଞ୍ଜୟ କୁମାର ରଥ, ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ଦଳାଇ, ଅଧ୍ୟାପକ ଶ୍ରୀଯୁକ୍ତ ଶ୍ରୀକାନ୍ତ କୁମାର ନନ୍ଦ ପ୍ରମୁଖ ଯୋଗଦେଇ ଏହି ଆଲୋଚନା ଚକ୍ରରେ ଭାଗ ନେଇଥିଲେ | ପରି ଶେଷରେ ମଣ୍ଡଳ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଦୀପକ ରଞ୍ଜନ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ |

Leave A Reply

Your email address will not be published.