ପାଲା ସମ୍ମିଳନୀ ଲାଗି ପ୍ରାକ୍ ପ୍ରସ୍ତୁତି ବୈଠକ।

2

କେନ୍ଦୁଝର,ତା୧୯/୧- ମା’ ତାରିଣୀ ପାଲା ବାୟକ ପରିଷଦର ୩ୟ ବାର୍ଷିକ ସମ୍ମିଳନୀ ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ ତା୧୮/୧/୨୦୨୬ରେ ଚକୁଳିଆ ଗ୍ରାମର ସ୍କୁଲ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଦୁଷ୍ମନ୍ତ କୁମାର ନାଏକଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ଗ୍ରାମବାସୀଙ୍କ ସହ ପାଲାପ୍ରେମୀ ଓ ସଂଗଠନ ସଦସ୍ୟ ମାନେ ଯୋଗ ଦେଇଥିଲେ। ଏଠାରେ ପାଲା ସମ୍ପର୍କରେ ବ୍ୟାପକ ଆଲୋଚନା ହୋଇ ସର୍ବ ସମ୍ମତି କ୍ରମେ ଫେବୃଆରୀ ୭ ଓ ୮ ତାରିଖରେ ବାର୍ଷିକ ପାଲା ସମ୍ମିଳନୀ ଶାନ୍ତିଶୃଙ୍ଖଳାର କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଜିଲ୍ଲାର ସମସ୍ତ ଗାୟକ ଗାୟିକାଙ୍କୁ ପ୍ରାଚୀନ ରାଗ ରାଗିଣୀକୁ ଗୁରୁତ୍ୱ ଦେଇ ପାଲା ପରିବେଷଣ ଲାଗି ଅନୁରୋଧ କରାଗଲା। ସଭା ଶେଷ ହେବାପରେ ସଂଘର ସଦସ୍ୟ ଦୁଷ୍ମନ୍ତ କୁମାର ନାଏକ, ପ୍ରସନ୍ନ କୁମାର ଦାସ,ସନ୍ତୋଷ ବାରିକ, ଲୋଚନ ପାତ୍ର ଆଦି ଏକାଠି ବଡଡୁମୁରିଆ ଗ୍ରାମକୁ ରୋଗରେ ପଡ଼ିଥିବା ବରିଷ୍ଠ ବାୟକ କାମଦେବ ମାଝୀଙ୍କୁ ଭେଟ କରି ଆଶୁ ଆରୋଗ୍ୟ କାମନା କରି ପ୍ରଭୁ ସତ୍ୟ ନାରାୟଣଙ୍କ ପାଖେ ପ୍ରାର୍ଥନା କରିଥିଲେ ଏଥିସହ ସେମାନେ କିଛି ଆର୍ଥିକ ସାହାଯ୍ୟ କରିଥିଲେ।

Leave A Reply

Your email address will not be published.