ବେଲଗୁଣ୍ଠା: ବେଲଗୁଣ୍ଠା ଥାନା ଅନ୍ତର୍ଗତ ଚଢ଼େଇଆ ପଲ୍ଲୀ ଗ୍ରାମରେ ସାମାନ୍ୟ କଥାକୁ ନେଇ ସୁରଟ୍ ଫେରନ୍ତା ଯୁବକ ବସନ୍ତ ଗୌଡ କୁ ଛୁରା ମାଡ଼ ଫଳରେ ଚିକିତ୍ସା ପାଇଁ ସେ ପ୍ରଥମେ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଗତକାଲି ସନ୍ଧ୍ୟାରେ ଗୋଟିଏ ଚା ଦୋକାନ ରେ ନିରାକାର ଖଣ୍ଡୁଆଳ ଓ ବସନ୍ତ ମିଶି ଚା ପିଉଥିବା ବେଳେ କୌଣସି କଥା କୁ ନେଇ ବଚସା ହୋଇଥିଲା ଓ ଏଥିରେ ଉତ୍ୟକ୍ତ ନିରାକାର ବସନ୍ତ କୁ ଛୁରୀ ରେ ଭୁଷି ହତ୍ୟା ଉଦ୍ୟମ କରି ଚମ୍ପଟ୍ ମାରିଛି। ପରିବାର ଲୋକେ ଓ ସ୍ଥାନୀୟ ଲୋକେ ଗୁରୁତର ବସନ୍ତ କୁ ଡାକ୍ତରଖାନାକୁ ପଠାଇ ଥାନା ରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post