ରାଉରକେଲା,(ବସନ୍ତ କୁମାର ଜେନା): ଝିରପାଣି ମକର ମିଳନ କମିଟି ତରଫରୁ ୨୪ ତମ ଟୁସୁ ମିଳନ ୱାଇଏସି ପଡିଆ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। କମିଟିର ସଭାପତି ହାଲୁ ମୁଣ୍ଡାରୀ ଙ୍କ ସଭାପତିତ୍ବ, ସମ୍ପାଦକ ନିଳାମ୍ବର ମୁଣ୍ଡାରୀ ଙ୍କ ଆବାହକତ୍ୱ ତଥା ଗଙ୍ଗାଧର ବୀରଙ୍କ ମଞ୍ଚ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ର ପ୍ରାକ୍ତନ ସଭାପତି ବିରେନ୍ଦ୍ର ନାରାୟଣ ପଟ୍ଟନାୟକ ମୁଖ୍ୟଅତିଥି, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ବିଧାୟକ ତଥା ଜିଲ୍ଲା ପରିଷଦ ସଭ୍ୟ ହାଲୁ ମୁଣ୍ଡାରୀ, ସମିତି ସଭ୍ୟା ପ୍ରତିମା ପାତ୍ର, ସରପଞ୍ଚ ଅଜିତ ତିର୍କି, ସମାଜସେବୀ ଗୈ।ରୀ କୁମ୍ଭାର, ରାମଚନ୍ଦ୍ର ଖାଡିଆ,ମଙ୍ଗଲୁ ଖାଡିଆ ପ୍ରମୁଖ ଯୋଗଦେଇ ଦେବୀ ପୁରୁଙ୍କ ଜୀବନୀ ଓ ତାଙ୍କର ଆଦର୍ଶ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ମୁଖ୍ୟଅତିଥି ଶ୍ରୀ ପଟ୍ଟନାୟକ ଟୁସୁ ଙ୍କ ଆଶିର୍ବାଦ କାମନା କରି ଭାଇଚାରା, ସୈ।ହାର୍ଦ୍ଦପୂର୍ଣ୍ଣ ବାତାବରଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଅନ୍ୟ ଅତିଥି ମାନେ ସଂସ୍କୃତି ଓ ପରମ୍ପରା କୁ ବଞ୍ଚାଇରଖିବା ପାଇଁ ଏଭଳି କାର୍ଯ୍ୟକ୍ରମର ଆବଶ୍ୟକତା ଉପରେ ମତ ରଖିଥିଲେ। ଏହି ଅବସରରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ୯ ଟି ଟୁସୁ ଦେବୀଙ୍କ ମେଲଣରେ ସହସ୍ରାଧିକ ଜନସମାଗମ ହୋଇଥିଲା। ସେହିପରି ବିଭିନ୍ନ ଦଳ ପକ୍ଷରୁ ନୃତ୍ୟ ଗୀତ ପରିବେଷଣ କରାଯାଇ କୃତିତ୍ୱ ହାସଲ କରିଥିବା ଦଳଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ଗଣେଶ ଲୋହାର,ଅମିତ ବାରା, ଅଜୟ ଖାଲଖୋ, ରାଜେଶ ଖାଡିଆ, ନବୀନ ମୁଣ୍ଡାରୀ, ଚନ୍ଦ୍ର ଖାଡିଆ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ମେଲୋଡି କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.