ପଦ୍ମପୁର:- ସ୍ଥାନୀୟ ଆର୍.ବି ହାଇସ୍କୁଲ ପଡିଆ ରେ ଚାଲିଥିବା ୩୦ତମ ସର୍ବଭାରତୀୟ ବୋଡାସମ୍ବର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ସପ୍ତମ ଦିବସ ତଥା ପୁଲ – ବି ର ତୃତୀୟ ମ୍ୟାଚ୍ କୋଲକାତା ଓ ରାଜମଣ୍ଡ୍ରି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। କୋଲକାତା ଦଳ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି ୨୭.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୨୦୩ ରନ୍ ସଂଗ୍ରହ କରିଥିଲା। ପ୍ରତି ଜବାବ ରେ ରାଜମଣ୍ଡ୍ରି ଦଳ ୨୮ ଓଭରରେ ୯ ୱିକେଟ୍ ହରାଇ ୨୦୪ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲା। କୋଲକାତା ଦଳର ଏସ୍ ମଣ୍ଡଳ ୫୮ବଲ୍ ରେ ୬୯ରନ୍ ସଂଗ୍ରହ କରିଥିଲେ। ସେହିପରି ରାଜମଣ୍ଡ୍ରି ଦଳର ଏସ କେ ଆବାସ ୩୭ ବଲ ରେ ୫୯ ସଂଗ୍ରହ କରିବା ସହ ୫.୨ ଓଭରରେ ୩୨ ରନ୍ ବିନିମୟରେ ୩ ୱିକେଟ୍ ସଂଗ୍ରହ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷିତ ହୋଇଥିଲେ।ପୁରସ୍କାର ବିତରଣୀ ସମାରୋହରେ ଆର୍ ବି ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଅମ୍ବିକା ରଥ ,ସମ୍ମାନିତ ଅତିଥି ଭାବେ ବୋରାସମ୍ବର କ୍ଲବ୍ ର ସଂପାଦକ ଭରତ ପଣ୍ଡା, କୋଷାଧ୍ୟକ୍ଷ ବିଜୟ ଦାଶ, ବରିଷ୍ଠ ସଦସ୍ୟ ତାପସ ମହାନ୍ତି, ଦିପକ ଜୟପୁରିଆ, ଧରଣୀ ବାରିକ, ମୁନା ବଡ଼ଗୁଛିଆ, ମହେନ୍ଦ୍ର ପଟେଲ ଯୋଗଦେଇ ରାଜମଣ୍ଡ୍ରି ଦଳର ଏସ୍ କେ ଆବାସଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଟ୍ରଫି ସହ ନଗଦ ରାଶି ପ୍ରଦାନ କରିଥିଲେ।ଆଜିର ମ୍ୟାଚ୍ କୁ ଚୁଡ଼ାମଣି ପାଢ଼ୀ ଓ ଅମିୟ ଭୂଷଣ ସାହୁ ପରିଚାଳନା କରିଥିବା ବେଳେ ଅମରେଶ ବେହେରା ଓ ଶୁଭ୍ରାଂଶୁ ପଟ୍ଟନାୟକ ସ୍କୋରର, ରୋହିଣୀ ପାଣ୍ଡେ ଓ କୁମାର ଆନନ୍ଦ ଉଦ୍ଘୋଷକ ଦାୟିତ୍ଵ ବହନ କରିଥିଲେ।
Sign in
Sign in
Recover your password.
A password will be e-mailed to you.