ମାଲକାନଗିରି ରୁ ସୁରେନ୍ଦ୍ର ବେମାଲ: ଆଜି ମାଲକାନାଗିରି ସହର ଉପକଣ୍ଠ ରେ ଥିବା ଏକ ପଥର ଖାଦାନ ରୁ ଖନନ ସମୟ ରେ ପଥର ଖସି ଏକ ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ, ଆଜି ଶୁକ୍ରବାର ସକାଳ ପ୍ରାୟ ୭ଟା ସମୟରେ ତାରିଣୀ ମନ୍ଦିର ପଛପଟେ ଥିବା ଏକ ବେଆଇନ ପଥର ଖାଦାନରେ ଶ୍ରମିକମାନେ ଟ୍ରାକ୍ଟରରେ ମୋରମ୍ ଲୋଡ୍ କରୁଥିଲେ।
ସେହି ସମୟରେ ପାହାଡ଼ ଉପରୁ ହଠାତ୍ ଏକ ବିଶାଳ ପଥର ଖସି ଶ୍ରମିକ ମାନଙ୍କ ଉପରେ ପଡ଼ିଥିଲା। ଫଳରେ ଜଣେ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୁଚନା ରହିଛି। ମୃତକ ହେଉଛନ୍ତି ଚମ୍ପାଖାରୀ ଗ୍ରାମର ମିଟୁ ମାଢ଼ି ଏବଂ ସମ୍ବୟାଗୁଡା ଗ୍ରାମର କୁଶ ଗାଦବା। ଆହତ ହେଉଛନ୍ତି ଚମ୍ପାଖାରୀର ବିଜୟ ରାଓ।
ଏହି ଦୁର୍ଘଟଣା ଯୋଗୁଁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ଯରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ସମ୍ପୂକୁ ଅଞ୍ଚଳରେ ଦୀର୍ଘ ଦିନ ଧରି ବେଆଇନ ଭାବେ ପଥର ଖନନ କାର୍ଯ୍ୟ ଚାଲିଥିବା ଏବଂ ଏଥିପାଇଁ କୌଣସି ସୁରକ୍ଷା ବ୍ୟବସ୍ଥା ନଥିବା ନେଇ ଲୋକେ ଅଭିଯୋଗ କରିଛନ୍ତି। ବେଆଇନ ଖଣି କାରବାର ଯୋଗୁଁ ବାରମ୍ବାର ଶ୍ରମିକମାନଙ୍କ ଜୀବନ ବିପଦରେ ପଡୁଥିବା ସତ୍ତ୍ବେ ପ୍ରଶାସନର ନିଷ୍କ୍ରିୟତାକୁ ନେଇ ପ୍ରଶ୍ନ ଉଠିଛି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଚଳାଇ ଥିବା ଥାନା ଅଧିକାରୀ ରୀଗାନ କିଣ୍ଡୋ ପ୍ରକାଶ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.