କେନ୍ଦୁଝର,ତା୧୫/୧- କେନ୍ଦୁଝର ସାଂସଦ ଅନନ୍ତ ଚରଣ ନାୟକ ଆଜି ସୁଭଦ୍ରା ଶକ୍ତି ମେଳା ତଥା ସ୍ଵଦେଶୀ ମେଳା ଉଦଘାଟନ କରିଛନ୍ତି। ସ୍ବୟଂ ସହାୟକ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀ ପାଇଁ ନୂତନ ବଜାର ଓ ବЧବସାୟ ସୃଷ୍ଟି କରି ଅର୍ଥନୀତିକୁ ନୂତନ ଗତି ଦେବା ଲକ୍ଷ୍ୟରେ ଆୟୋଜିତ ସୁଭଦ୍ରା ଶକ୍ତି ମେଳାରେ ୩୦ ଜିଲ୍ଲାର ପ୍ରତିନିଧିତ୍ବ ରହିଛି।ମେଳାକୁ ଉଦଘାଟନ କରି ସାଂସଦ ଶ୍ରୀ ନାୟକ ଅପରେସନ ସିନ୍ଦୁର ଉଦାହରଣ ଦେଇ କହିଲେ ଯେ ବିଦେଶୀ ଶକ୍ତି ଆମ ଦେଶରେ ବ୍ୟବସାୟ କରି ଆମରି ଟଙ୍କାରେ ଆମ ବିରୋଧରେ ଅସ୍ତ୍ର ପ୍ରୟୋଗ କରୁଛନ୍ତି। ତେଣୁ ଆମେ ସମସ୍ତେ ସ୍ଵଦେଶୀ ଦ୍ରବ୍ଯ ବ୍ୟବହାର କରିବା ପାଇଁ ସେ ଗୁରୁତ୍ବ ଦେଇଥିଲେ ଯାହାଦ୍ବାରା ଦେଶ ଆତ୍ମ ନିର୍ଭର ହେବା ସହ ଆମ ଅର୍ଥନୀତି ସୁଦୃଢ ହୋଇ ପାରିବ। ସାଂସଦ ଶ୍ରୀ ନାୟକ ଉପସ୍ଥିତ ମା ମାନଙ୍କୁ ସ୍ଵଦେଶୀ ସାମଗ୍ରୀ ବ୍ୟବହାର ପାଇଁ ଶପଥ ପାଠ କରାଇଥିଲେ। ଉତ୍ସବରେ ତେଲକୋଇ ବିଧାୟକ ଡଃ ଫକୀର ମୋହନ ନାୟକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ମା ମାନଙ୍କୁ ଉଦ୍ବୋଧନ ଦେଇଥିଲେ। ଉଦଘାଟନ ସମାରୋହରେ ଜିଲ୍ଲାପାଳ ବିଶାଲ ସିଂ, ବନଖଣ୍ଡ ଅଧିକାରୀ ଧନରାଜ ଏଚଡି ଓ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ଯନିର୍ବାହୀ ଅଧିକାରୀ କୁମାର ନାଗଭୂଷଣ ପ୍ରମୁଖ ଉପସ୍ଥିତ ଥିଲେ।
ସ୍ଥାନୀୟ କାଳୀ ପଡ଼ିଆରେ ମିଶନ ଶକ୍ତି ବିଭାଗ ପକ୍ଷରୁ ଆୟୋଜିତ ଏହି ମେଳାରେ ୩୦ ଜିଲ୍ଲାର ୧୬୦ ସ୍ବୟଂ ସହାୟକ ଗୋଷ୍ଠୀ ଭାଗ ନେଇଥିବାବେଳେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସମେତ ୨୪ ଟି ସରକାରୀ ବିଭାଗ ମଧ୍ୟ ଭାଗ ନେଇଛନ୍ତି। ମେଳାରେ ୧୬ ଟି ପାରମ୍ପରିକ ଖାଦ୍ଯ ଷ୍ଟଲ ମୁଖ୍ୟ ଆକର୍ଷଣ ରହିଛି। ମେଳା ଆଗାମୀ ୨୧ ପର୍ଯ୍ଯନ୍ତ ଚାଲିବ।
Sign in
Sign in
Recover your password.
A password will be e-mailed to you.