ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଦଳରୁ ନିଲମ୍ବିତ, ରାଜନୀତିରେ ହଟଚମଟ ।

3

କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ) ବିଜୁ ଜନତା ଦଳରେ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ରାଜ୍ୟ ରାଜନୀତିକୁ ଉତ୍ତେଜିତ କରିଛି। ଦଳର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବିତ  କରିବା ସହ ଏକ କଠୋର ଓ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଛନ୍ତି।
ଜଣେ ଶିକ୍ଷିତ ଓ ଯୁବ ନେତା ଭାବେ ପରିଚିତ ଅରବିନ୍ଦ ମହାପାତ୍ରଙ୍କ ବହିଷ୍କାର ପରେ ପାଟକୁରା ନିର୍ବାଚନ ମଣ୍ଡଳୀ ସହିତ ସାରା ରାଜ୍ୟରେ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି। ଦଳ ଭିତରେ ଏହି ନିଷ୍ପତ୍ତିକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଥିବା ବେଳେ, ବହିଷ୍କାରର ପଛରେ କେଉଁ ନିର୍ଦ୍ଦିଷ୍ଟ କାରଣ ରହିଛି ସେ ନେଇ ଚର୍ଚ୍ଚା ଜୋର ଧରିଛି।ରାଜନୈତିକ ବିଶ୍ଳେଷକମାନଙ୍କ ମତରେ, ଏହି କାର୍ଯ୍ୟାନୁଷ୍ଠାନ କେବଳ ଜଣେ ବିଧାୟକଙ୍କ ବହିଷ୍କାର ନୁହେଁ, ବରଂ ବିଜେଡି ଭିତରେ ଥିବା ଆଭ୍ୟନ୍ତରୀଣ କନ୍ଦଳ ଓ ଅସନ୍ତୋଷକୁ ସାମ୍ନାକୁ ଆଣିଛି। ଆଗାମୀ ଦିନରେ ଏହାର ପ୍ରଭାବ ପାଟକୁରା ସହିତ ଦଳର ସଂଗଠନ ଉପରେ କେମିତି ପଡ଼ିବ, ସେ ନେଇ ସମସ୍ତଙ୍କ ଦୃଷ୍ଟି ରହିଛି ।

Leave A Reply

Your email address will not be published.