(ଶାସକପ୍ରଶାସକ/ଖଲିକୋଟରୁ ଶିବରାମ ଜେନା ):ଆଜି ସ୍ଥାନୀୟ ଖଲିକୋଟସ୍ଥ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ରେ ୪୩ ତମ ବାର୍ଷିକ ଉତ୍ସବ ପାଳନ କରାଯାଇଥିଲା।
ଆଜିର ଏ ଅଵସରରେ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ଥିଲେ , ମୁଖ୍ୟ ଅତିଥି ଆସିକା ଲୋକସଭା ସାଂସଦା ଶ୍ରୀ ମତୀ ଅନିତା ଶୁଭଦର୍ଶୀନି ପଟ୍ଟନାୟକ, ସଭାପତି ବରିଷ୍ଠ ଆଇନ୍ ଜିଵୀ ଚକ୍ରପାଣି ସ୍ବାଇଁ, ସମ୍ପାଦକ ରାମମୋହନ ପଣ୍ଡା, ପ୍ରସାଦ ତ୍ରିପାଠୀ, ଭାଗିରଥି ମହାପାତ୍ର, ଅନୁଷ୍ଠାନ ର ଅଧ୍ୟକ୍ଷ କରୁଣାକର ପଟ୍ଟନାୟକ। ଆଜିର ପ୍ରଥମ ଦିବସରେମାତୃକା ପତକା ଉତ୍ତୋଳନ କରି ଥିଲେ ସଭାପତି ଶ୍ରୀ ଯୁକ୍ତ ଚକ୍ର ପାଣି ସ୍ବାଇଁ ବୋଲି ଜଣାପଡିଛି।
ଦିବା ୧୧ଘଣ୍ଟିକା ସମୟରେ ଖଲିକୋଟ ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ , ଆସିକା ଲୋକସଭା ସାଂସଦା ଶ୍ରୀ ମତୀ ଅନିତା ଶୁଭଦର୍ଶୀନି ପଟ୍ଟନାୟକ ଆସି ଅରଵିନ୍ଦ ଙ୍କର ସ୍ମାରକୀ ପୀଠ ରେ ପୁଷ୍ପ ମାଲ୍ୟାର୍ପଣ କରିଛନ୍ତି। ପର୍ଯ୍ୟାୟକ୍ରମେ ଅତିଥି ମାନଙ୍କ ଆସନ
ଗ୍ରହଣ, ପୁଷ୍ପ ଗୁଚ୍ଛ ଅର୍ପଣ ସହ ବେଡଜ୍ ପ୍ରଦାନ ପ୍ରଦୀପ ପ୍ରଜ୍ବଳନ, ସ୍ବାଗତ ସମ୍ବର୍ଦ୍ଧନା ଗୀତ ଗାୟନ ସମ୍ପାଦକ ଶ୍ରୀ ରାମମୋହନ ପଣ୍ଡା ଙ୍କ ବିବରଣୀ ପଠନ , ମଞ୍ଚାସିନ ଅତିଥି ମାନଙ୍କ ଦ୍ଵାରା ଭାଷଣ ପରିବେଷଣ ,ଅରୁଶ୍ରୀ ପୁସ୍ତକ ଉନ୍ମୋଚିତ ହୋଇଥିଲା
ଅଧ୍ୟକ୍ଷ କରୁଣାକର ପଟ୍ଟନାୟକ ଙ୍କ ଧନ୍ୟବାଦ ଅର୍ପଣ ପ୍ରସାଦ ସେବନ ପରେ କ୍ରିଡ଼ା କୋୖଶଳ ପ୍ରଦର୍ଶନ ଓ ସାଂସ୍କୃତିକ କାର୍ଯ୍ୟକ୍ରମମାନ କରାଯାଇ ଥିଲା ବୋଲି ଜଣାପଡିଛି।
Sign in
Sign in
Recover your password.
A password will be e-mailed to you.
Next Post