ହାଟବରଢ଼ୀହ ଗ୍ରାମରେ ତିନିଦିନ ଧରି ଯଜ୍ଞ ଯାତ୍ରା ମକର ଉତ୍ସବ ପାଳନ

3

ଚିଲିକା:(ସେକ୍ କୌସର):ମକର ସଂକ୍ରାନ୍ତି ପାଳିତ ହେଉଥିବା ବେଳେ ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ ହାଟ ବରଢ଼ୀହ ଗ୍ରାମରେ ଥିବା କାଳିଜାଇ ମନ୍ଦିର ପ୍ରାଙ୍ଗଣରେ ମସ୍ୟଜୀବୀ ମାନେ ମହା ଆଡ଼ମ୍ଭରେ ମକର ସଂକ୍ରାନ୍ତି ପାଳନ କରୁଛନ୍ତି l ମା କାଳିଯାଇଙ୍କ ଦର୍ଶନ କରିବା ପାଇଁ ନିକଟରେ ଥିବା ବିଭିନ୍ନ ଗ୍ରାମରୁ ସୁଅ ଝୁଟୁଛି ମକର ମେଳାରେ ମା କାଳିଯାଇଙ୍କ ମନ୍ଦିରରେ ଭକ୍ତଙ୍କ ସମାଗମ ଦେଖାଯାଇଛି। ଚିଲିକା ଭିତରକୁ ନଯାଇ ଦୀର୍ଘ ୨୬ ବର୍ଷ ଧରି ହାଟ ବରଢ଼ୀହ ଗ୍ରାମରେ ଯଜ୍ଞ ଯାତ୍ରା ତିନିଦିନ ଧରି ମକର ସଂକ୍ରାନ୍ତି ପର୍ବ ଧୁମଧାମରେ ମକର ପାଳନ କରୁଛନ୍ତି lଚିଲିକା ଗଣ୍ଡରେ ଥିବା ମା କାଳିଯାଇ ଠାକୁରାଣୀଙ୍କୁ ଦର୍ଶନ କରିବା ବଦଳରେ ନିକଟରେ ସ୍ଥାପିତ ହୋଇଥିବା ହାଟ ବରଢ଼ୀହ ଗ୍ରାମରେ ଥିବା ମା କାଳିଯାଇ ମନ୍ଦିର ଠାରେ ମକର ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମନ୍ଦିର ପରିଚାଳନା କମିଟି ଯୋଗ ଦେଇଥିବା ବେଳେ ଏହି ପ୍ରତିଷ୍ଠା ଉତ୍ସବରେ ମଧ୍ୟ ସହ ସହ ଭକ୍ତ ଓ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ।

Leave A Reply

Your email address will not be published.