ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୧୯୫୭ ମସିହା ଜାନୁଆରୀ ୧୪ ତାରିଖ (ମକର ସଂକ୍ରାନ୍ତି) ଦିନ କାଶୀ ବିଦ୍ୱତ୍ ପରିଷଦ ଦ୍ୱାରା ଶ୍ରୀ କୃପାଳୁଜୀ ମହାରାଜଙ୍କୁ ‘ଜଗଦଗୁରୁତ୍ତମ’ (ଅର୍ଥାତ୍ ସମସ୍ତ ଜଗଦଗୁରୁଙ୍କ ମଧ୍ୟରେ ଶ୍ରେଷ୍ଠ) ଉପାଧିରେ ଭୂଷିତ କରାଯାଇଥିଲା। ସେହି ସ୍ମୃତିରେ ପ୍ରତିବର୍ଷ ମକର ସଂକ୍ରାନ୍ତିକୁ ଜଗଦଗୁରୁତ୍ତମ ଦିବସ ଭାବେ ପାଳନ କରାଯାଏ।
ଏହି ଅବସରରେ ବାଳ-ମୁକୁନ୍ଦ କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ସ୍ଥାନୀୟ ଆର୍ବନ ହଷ୍ଟେଲର ଅନ୍ତେବାସୀଙ୍କ ସହିତ ସଫେଇ କାର୍ଯ୍ୟ ପରେ ଜଗଦଗୁରୁତ୍ତମ ଦିବସ ପାଳନ କରାଯାଇଛି। କୃପାଳୁ ମହାରାଜଜୀ କହୁଥିଲେ ଯେ ଶରୀର ଯେଉଁଠି ଥାଉ ପଛେ, ମନ ସବୁବେଳେ ଭଗବାନଙ୍କ ପାଖରେ ରହିବା ଉଚିତ। ଯଦି ମନ ଭଗବାନଙ୍କଠାରେ ନାହିଁ , ତେବେ ବାହାର ଆଚାର-ଅନୁଷ୍ଠାନର କୌଣସି ମୂଲ୍ୟ ନାହିଁ। ଭଗବାନଙ୍କ ମୂର୍ତ୍ତି କିମ୍ବା ତାଙ୍କର କୌଣସି ସ୍ୱରୂପକୁ ଆଖି ବନ୍ଦ କରି ମନ ଭିତରେ ଚିନ୍ତା କରିବାକୁ ସେ ‘ରୂପଧ୍ୟାନ’ କହୁଥିଲେ। ଏହା ଭକ୍ତିର ସବୁଠାରୁ ସହଜ ମାର୍ଗ। ନିଜକୁ ଭଗବାନଙ୍କ ସେବକ ମନେ କରି ଅତ୍ୟନ୍ତ ନମ୍ରତାର ସହ ପ୍ରାର୍ଥନା କରିବା।
Sign in
Sign in
Recover your password.
A password will be e-mailed to you.