ଗଞ୍ଜାମ ଜିଲ୍ଲାର ପ୍ରମୁଖ ଗଣମାଧ୍ୟମ ସଙ୍ଗଠନ ପ୍ରେସ୍ କ୍ଳବ ବେଲଗୁଣ୍ଠାର ବନ୍ଧୁ ମିଳନ ।

3

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )–ଗଞ୍ଜାମ ଜିଲ୍ଲାର ପ୍ରମୁଖ ଗଣମାଧ୍ୟମ ସଙ୍ଗଠନ ପ୍ରେସ୍ କ୍ଳବ ବେଲଗୁଣ୍ଠାର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶାଳୁଆପଲ୍ଲୀସ୍ଥିତ ବନ ବିଭାଗ ପ୍ରକୃତି ଶିବିରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ବିଜେପି ମଣ୍ଡଳ ସଭାପତି ତଥା ସାଂସଦ ପ୍ରତିନିଧି ନାରାୟଣ ସାହୁ,ସମ୍ପାଦକ ସୁର୍ଯ୍ୟ ନାରାୟଣ ତ୍ରୀପାଠୀ, ବରିଷ୍ଠ ନେତା ତଥା ବ୍ଳକ୍ ଉପାଧ୍ୟକ୍ଷା ପ୍ରତିନିଧି ପ୍ରମୋଦ କୁମାର ପ୍ରଧାନ,ଯୁବ ମୋର୍ଚ୍ଚା ସଭାପତି ଶଙ୍କର ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।ବେଲଗୁଣ୍ଠା ପ୍ରେସ୍ କ୍ଳବ ସଭାପତି ତଥା ଗୋବରା ପୁର୍ବତନ ସମିତି ସଭ୍ୟ ପ୍ରଦ୍ୟୁମ୍ନ ପାତ୍ରଙ୍କ ସଭାପତିତ୍ବରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ପ୍ରେସ୍ କ୍ଳବ ବେଲଗୁଣ୍ଠା ଅଞ୍ଚଳର ଖବର ପ୍ରସାରଣରେ ଏକ ମୁଖ୍ୟ ଭୁମିକା ଗ୍ରହଣ କରିଥିବା ବେଳେ ଭାରତୀୟ ଜନତା ପାର୍ଟି ସୋରଡ଼ା ନିର୍ବାଚନ ମଣ୍ଡଳୀ ତଥା ବେଲଗୁଣ୍ଠା ବିଜେପି ତରଫରୁ ମଣ୍ଡଳ ସଭାପତି ନାରାୟଣ ସାହୁ ଭୁୟସୀ ପ୍ରଶଂସା କରିଥିବା ବେଳେ ଆଗାମୀ ଦିନରେ ସହଯୋଗ କାମନା କରିଥିଲେ ଏଥି ସହିତ ସୋରଡା ବିଧାୟକ ନୀଳମଣି ବିଷୋୟୀ ଙ୍କ ପ୍ରେରଣା ଓ ଯୁବ ସଙ୍ଗଠକ ଜିତେନ୍ଦ୍ର କୁମାର ନାୟକଙ୍କ ମାର୍ଗଦର୍ଶନରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ଶ୍ରୀ ସାହୁ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ଆଗାମୀ ଦିନରେ ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କର ସହଯୋଗ କାମନା କରି ବିଧାୟକ ନୀଳମଣି ବିଷୋୟୀଙ୍କ ବଳିଷ୍ଠ ନେତୃତ୍ବରେ ବେଲଗୁଣ୍ଠାକୁ ବିକାଶଶୀଳ କରିବା ପାଇଁ ଆହ୍ୱାନ କରିଥିଲେ ।ଏଥିସହିତ ଆଗାମୀ ଦିନରେ ପରିବେଶ ସୁରକ୍ଷା, ବୃକ୍ଷ ରୋପଣ,ରକ୍ତଦାନ ଶିବିର ଏବଂ ବିଭିନ୍ନ ଜନହିତକର ପଦକ୍ଷେପ ନେବା ପାଇଁ ଆଲୋଚନା ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଯୁବ ସଙ୍ଗଠକ କୈଳାସ ରାଉତ,ମନୋଜ ସ୍ବାଇଁ, ସୁଶାନ୍ତ, ଶଙ୍କର ମହାରଣା, କୃଷ୍ଣଚନ୍ଦ୍ର ସାହୁ,ମନ୍ମୟ ଖଟେଇ, ସୁବର୍ଣ୍ଣ ମହାପାତ୍ର ଏବଂ ପ୍ରେସ୍ କ୍ଳବ ଉପସଭାପତି ପ୍ରଭାତ କୁମାର ସାହୁ, ସାଧାରଣ ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି,କୋଷାଧ୍ୟକ୍ଷ ବିଭୁପାଦ ଜେନା, ସୁଶାନ୍ତ କୁମାର ବେହରା,ଏ. ମନୋଜ କୁମାର ପାତ୍ର, ତୋଫାନ କୁମାର ସାହୁ, ପ୍ରଦୀପ କୁମାର ଚୌଧୁରୀ, ସଦାଶିବ ପାଣିଗ୍ରାହୀ, ଶିବରାମ ଚୌଧୁରୀ, ପଞ୍ଚାନନ ନାୟକ,ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.