ଜାତୀୟ ଯୁବ ଦିବସ ଅବସରରେ ସ୍ବାମୀ ବିବେକାନନ୍ଦଙ୍କ ଚିନ୍ତନ ଓ ଦର୍ଶନ ସମ୍ପର୍କରେ ଆଲୋଚନା ଚକ୍ର

3

ବାଲୁଗାଁ:(ସେକ୍ କୌସର):ବାଲୁଗାଁ ମହାବିଦ୍ୟାଳୟର ପ୍ରଜ୍ଞା ଭବନ ଠାରେ ରାଷ୍ଟ୍ରୀୟ ଏକତା ଏବଂ ଅଖଣ୍ଡତାର ପ୍ରତୀକ ରାଷ୍ଟ୍ରୀୟ ଗାନ “ବନ୍ଦେ ମାତରମ୍” ର ୧୫୦ ତମ ପୂର୍ତ୍ତି ଅବସରରେ ଆଜି ବାଲୁଗାଁ ମହାବିଦ୍ୟାଳୟ ଠାରେ ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀବୃନ୍ଦ ଏବଂ ଛାତ୍ରଛାତ୍ରୀ ମାନେ “ବନ୍ଦେ ମାତରମ୍” ସାମୂହିକ ଗାନ କରିଛନ୍ତି।
ଏହାପରେ ବିଶ୍ବବନ୍ଦିତ ସନ୍ୟାସୀ ତଥା ଯୁବ ସମାଜର ସର୍ବକାଳୀନ ଆଦର୍ଶ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ପାଳନ ଅବସରରେ ଅନୁଷ୍ଠିତ ଏକ ଆଲୋଚନା ଚ଼କ୍ରରେ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଲକ୍ଷ୍ମୀଧର ସୁବୁଦ୍ଧି, ଯୁକ୍ତ ଦୁଇ ଅଧ୍ୟକ୍ଷ ଶ୍ରୀ ସୁବାସ ଚନ୍ଦ୍ର ଶ୍ରୀଚ଼ନ୍ଦନ, ପ୍ରଶାସନିକ ଅଧିକାରୀ ଡ଼ଃ କୈଳାସ ଚନ୍ଦ୍ର ମହାରଣା, ଅଧ୍ୟାପିକା ଡ଼ଃ ମୋନାଲିସା ମାନସିଂହ, ଶ୍ରୀମତୀ ମନସ୍ବିନୀ ପଟ୍ଟନାୟକ, ଶ୍ରୀମତୀ ଝରଣା ନାଥ, ଶ୍ରୀମତୀ ସ୍ନିଗ୍ଧାରାଣୀ ମୁଦୁଲି, ଅଧ୍ୟାପକ ଶ୍ରୀ ପତିତପାବନ ପଣ୍ଡା ଆଦି ଯୋଗଦେଇ ସ୍ବାମୀ ବିବେକାନନ୍ଦଙ୍କ ଜୀବନ ଦର୍ଶନ, ଆଦର୍ଶ, ଆଧ୍ୟାତ୍ମିକ ଚେତନା ଏବଂ ଜାତୀୟ ଯୁବ ଦିବସର ମହତ୍ତ୍ବ ‌ବିଷୟରେ ବିସ୍ତୃତ ଭାବେ କରିଥିଲେ। ବାଲୁଗାଁ ମହାବିଦ୍ୟାଳୟର ଛାତ୍ରୀ ସୋନାଲି ବିଶ୍ବାସ ସ୍ବାମୀ ବିବେକାନନ୍ଦଙ୍କ ଧ୍ୟାନ ଯୋଗ ଓ ବ୍ୟବହାରିକ ଯୋଗ, ସରସ୍ଵତୀ ଘଟ‌ୱାଲି ସ୍ବାମୀଜିଙ୍କ ସାର୍ବଜନୀନ ଧର୍ମ ଓ ବିଶ୍ବ ଭାତୃତ୍ବ ଭାବ,ପ୍ରଜ୍ଞା ଗଜେନ୍ଦ୍ର ସ୍ବାମୀ ବିବେକାନନ୍ଦ ଓ ସମାଜସେବା ଓ ଯସ୍ମିନ୍ ବେଗମ ଯୁବକ ଓ ସାମ୍ପ୍ରତିକ ସମାଜ ବିଷୟରେ ବକ୍ତୃତା ପ୍ରଦାନ କରିଥିଲେ।

Leave A Reply

Your email address will not be published.