କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କେନ୍ଦ୍ରାପଡ଼ା ତାର ତୃତୀୟ ବାର୍ଷିକ ଜନ୍ମଦିନ ପାଳନ କରିଛି | ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼. ମନୋରଞ୍ଜନ ରାଉତ,ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼. ସଚ୍ଚିଦାନନ୍ଦ ମିଶ୍ର, ଡ଼. ଶ୍ୟାମସୁନ୍ଦର ଟୁଡୁ,ପ୍ରଶାସନିକ ଅଧିକାରୀ ଦିଲ୍ଲୀପ କୁମାର ନାୟକ, ଜିଲ୍ଲା ପ୍ରୋଗ୍ରାମ ପରିଚାଳକ ଡ଼. ମନୋରଞ୍ଜନ ସାହୁ,ଆକାଉଣ୍ଟସ ମ୍ୟାନେଜର ବିଷ୍ଣୁ ପ୍ରସାଦ ସାହୁ, ଫାଇନାସିଆଲ ଅଧିକାରୀ ଆଶୁତୋଷ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ | ଏହି କାର୍ଯ୍ୟକ୍ରମରେ ଚିକିତ୍ସାଳୟର ବିଭିନ୍ନ ୟୁନିଟ ଯଥା ସ୍ତ୍ରୀ ଓ ପ୍ରସୂତି ବିଭାଗ, ଅସ୍ତୋପ୍ରଚାର ପରୀକ୍ଷାଗାର, ମେଡ଼ିସିନ, ଏସଏନସିଉ ପୁଷ୍ଟି ପୁନର୍ବାସ କେନ୍ଦ୍ର, ସିକ୍ୟୁରିଟି, ସଫେଇ ଆଦି ବିଭାଗକୁ କାୟାକଳ୍ପ ସମ୍ମାନ ପାଇଁ ମାନପତ୍ର ଏବଂ ଟ୍ରଫି ପ୍ରଦାନ କରାଯାଇଥିଲା | ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅନ୍ତର୍ଗତ ଡି.ଇ.ଆ.ଇସି ମଧ୍ୟ ସମ୍ବର୍ଦ୍ଧନା କରାଯାଇଥିଲା | ବିଶେଷ ଭାବରେ ସିନିୟର କନସଲଟାଣ୍ଟ ଡ଼. କିଶୋର ଚନ୍ଦ୍ର ମିଶ୍ର, ଶିଶୁ ବିଭାଗ, ସର୍ଜରୀ ସ୍ପେସାଲିଷ୍ଟ ଵି. କେ ଦାସ, ହସ୍ପିଟାଲ ମ୍ୟାନେଜର ପ୍ରଭାତ କୁମାର ନାୟକ, ପୂର୍ବତନ ହସ୍ପିଟାଲ ମ୍ୟାନେଜର ସୁନିତା ପ୍ରଧାନ, ଅନ୍ୟତମ ହସ୍ପିଟାଲ ମ୍ୟାନେଜର ସୁଭାଶିଷ ସାଠୁଆ, ଆକାଉଟାଣ୍ଟକୁ ମରେଶ ନାୟକ, ଏନ. ଆର ସି କାଉସିଲର ଅମ୍ରିତା ଜେନା, କାଉସିଲର ସୁସ୍ମିତା ଦାସ ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି | କାର୍ଯ୍ୟକ୍ରମ କୁ ଡେପୁଟି ମ୍ୟାନେଜର ଡ଼. ସୁକାନ୍ତ କୁମାର ପ୍ରଧାନ ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post
Next Post