ଜିଲ୍ଲା ସ୍ତରୀୟ ପାଣିପଞ୍ଚାୟତ ପକ୍ଷ ପାଳନ-୨୦୨୬

3

ନବରଙ୍ଗପୁର ତା ୧୩.୧.୨୦୨୬: ଅଶୋକ ସାହୁ, ଶାସକ ପ୍ରଶାସକ, ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଜଳ ସେଚନ ବିଭାଗ ନବରଙ୍ଗପୁର ର ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ -୨୦୨୬ ପାଳନ କରାଗଲା। ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ଡ଼ ମହେଶ୍ୱର ସ୍ୱାଇଁ ଯୋଗଦାନ କରିଥିଲେ।ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ପଦ୍ମ ଚରଣ ବେହେରା ଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାରେ କ୍ଷୁଦ୍ର ଜଳସେଚନ ବିଭାଗ
ଅଧିକ୍ଷଣ ଯନ୍ତ୍ରୀ ଚିନ୍ମୟୀ ମଲ୍ଲିକ , ଓଡିଶା ଉଠା ଜଳସେଚନ ବିଭାଗ ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଦିଲୀପ କୁମାର ଦାଶ ଉପସ୍ଥିତ ରହି କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ। ଏହା ବ୍ୟତୀତ ଜଳସେଚନ କାର୍ଯ୍ୟାଳୟ ର କାର୍ଯ୍ୟରତ ବ୍ୟକ୍ତିବୃନ୍ଦ ସମାରୋହ କୁ ସାଫଲ୍ୟ କରିବା କୁ ସାହାଯ୍ୟ କରିଥିଲେ।
ସଭାରେ ନବରଙ୍ଗପୁର ଜିଲ୍ଲାର ପ୍ରାୟ ସମସ୍ତ ବ୍ଲକ ର ୧୫୦ ଜଣ ଚାଷୀ ଉପସ୍ଥିତ ରହିଥିଲେ । ପକ୍ଷ ପାଳନ ନିମନ୍ତେ ଏହି କାର୍ଯ୍ୟାଳୟ ତରଫରୁ ସମୁଦାୟ ଜିଲ୍ଲାରେ ବିଭିନ୍ନ ବିଦ୍ୟାଳୟ ରେ ରଚନା, କୁଇଜ, ବକୃତା, ମୋଡେଲ ପଦର୍ଶନ ଓ ଚିତ୍ରାଙ୍କନ ର ପ୍ରତିଯୋଗିତା ହୋଇଥିଲା। ଏଥିରେ କୃତିତ୍ୱ ପ୍ରଥମ, ଦ୍ଵିତୀୟ, ତୃତୀୟ ହୋଇଥିବା ମୋଟ ୧୫ ଜଣ ଛାତ୍ରଛାତ୍ରୀ ମାନଂକୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଜିଲ୍ଲପାଳ ପାଣି ପଞ୍ଚାୟତ ପକ୍ଷ ପାଳନ ର ଉଦ୍ଦେଶ୍ୟ ସହ ପାଣିର ସଠିକ୍ ବ୍ୟବହାର,ଜଳ ସଞ୍ଚୟ,ଜଳ ସ୍ରୋତକୁ ପରିଷ୍କାର, ବର୍ଷା ଜଳ ସଞ୍ଚୟ , ଭୁଗର୍ଭ ଜଳର ଉଚିତ ବ୍ୟବହାର ଉପରେ ଗୁରୁତ୍ବ ଦେଇ କହିଥିଲେ।

Leave A Reply

Your email address will not be published.