ପଦ୍ମପୁର:- ସ୍ଥାନୀୟ ଆର୍.ବି ହାଇସ୍କୁଲ ପଡିଆ ରେ ଆରମ୍ଭ ହୋଇଥିବା ୩୦ତମ ସର୍ବଭାରତୀୟ ବୋଡାସମ୍ବର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିବସରେ କ୍ୟୁ.ସି.ଆଇ ରାୟପୁର ଓ ଷ୍ଟାର ଏକ୍ସ.ଆଇ. ପାଟନା (ବିହାର)ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ରାୟପୁର ଦଳ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି ୨୭ ଓଭରରେ ସମସ୍ତ ୱିକେଟ୍ ହରାଇ ୧୪୬ରନ୍ ସଂଗ୍ରହ କରିଥିଲା। ପ୍ରତି ଜବାବ ରେ ପାଟନା ଦଳ ୨୫ ଓଭରରେ ସମସ୍ତ ୱିକେଟ୍ ହରାଇ ୧୨୬ରନ୍ ସଂଗ୍ରହ କରି ପରାସ୍ତ ହୋଇଥିଲା। ଫଳରେ ରାୟପୁର ଦଳ ସେମି ରେ ପ୍ରବେଶ କରିଛି। ରାୟପୁର ଦଳର ନୀତିନ ୪୮ବଲ ରେ ୪୦ରନ୍ , ଏବଂ ୫.୧ ଓଭର ବିନିମୟରେ ୨୨ରନ୍ ପ୍ରଦାନ କରି ୩ୱିକେଟ୍ ସଂଗ୍ରହ କରିଥିଲେ। ସେହିପରି ପାଟନା ଦଳର ଆୟୁଷ କୁମାର ୨୫ ବଲ ରେ ୨୮ ରନ ସଂଗ୍ରହ କରି ଥିଲେ। ପୁରସ୍କାର ବିତରଣୀ ସମାରୋହରେ ବୋଡାସମ୍ବର ଟ୍ରକ୍ ମାଲିକ ସଂଘ ସଂପାଦକ ହେମନ୍ତ ପଟ୍ଟନାୟକ ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ଭାବେ ବବଲୁ ସିଂ କାର୍ଯ୍ୟକାରୀ ସଦସ୍ୟ,କ୍ଳବ୍ ର ବରିଷ୍ଠ ସଦସ୍ୟ ଚିନ୍ମୟ ପାଣିଗ୍ରାହୀ, ସହ ସଂପାଦକ ସରଜୁ ପଟ୍ଟନାୟକ, ଉପ-ସଭାପତି ଅବଦୂର ରେହେମନ୍ ଖାନ୍ ଯୋଗଦେଇ ରାୟପୁର ଦଳର ନୀତିନ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଟ୍ରଫି ସହ ନଗଦ ରାଶି ପ୍ରଦାନ କରିଥିଲେ।ଆଜିର ମ୍ୟାଚ୍ କୁ ଚୂଡ଼ାମଣି ପାଢୀ ଓ ପୃଥ୍ୱୀରାଜ ମିଶ୍ର ପରିଚାଳନା କରିଥିବା ବେଳେ ରିଙ୍କୁ ବରିହା, ଅମରେଶ ବେହେରା ସ୍କୋରର, ରୋହିଣୀ ପାଣ୍ଡେ ଓ ବିକାଶ କୁମ୍ଭାର ଉଦ୍ଘୋଷକ ଦାୟିତ୍ଵ ବହନ କରିଥିଲେ।
Sign in
Sign in
Recover your password.
A password will be e-mailed to you.