କାଶୀପୁର ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା ଅନ୍ତର୍ଗତ କାଶିପୁର ବ୍ଲକର ଟିକିରି ୟୁଥ୍ କ୍ରିକେଟ କ୍ଲବ ପକ୍ଷରୁ ଟିକିରି ପ୍ରିମିୟର ଲିଗ (ଟିପିଏଲ୍) ସିଜନ–୩ ର ସଫଳ ଉଦଘାଟନ ହୋଇଯାଇଛି। ଏହି ଅବସରରେ ମାଁ ଗଙ୍ଗାଦେବୀ ଠାକୁରାଣୀ ଓ ଅଗ୍ନି ଭୈରବ ମନ୍ଦିରରୁ ଏକ ଆଡମ୍ବରପୂର୍ଣ୍ଣ ମଶାଳ ଯାତ୍ରା ବାହାରି ଟିକିରି ରେଲୱେ କ୍ରିକେଟ ମାଇଦାନରେ ପହଞ୍ଚିଥିଲା।
ଉଦଘାଟନୀ କାର୍ଯ୍ୟକ୍ରମରେ ଆଦିତ୍ୟ ବିର୍ଲା ହିଣ୍ଡାଲକୋ କଂସାରୀଗୁଡା କମ୍ପାନୀର ୟୁନିଟ ହେଡ ମଜହର ବେଗ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ତାଙ୍କ ସହିତ ସିଏସଆର ମୁଖ୍ୟ ତନ୍ମୟ ମହାନ୍ତି ଉପସ୍ଥିତ ରହି ରିବନ୍ କାଟି ଟୁର୍ଣ୍ଣାମେଣ୍ଟର ଉଦଘାଟନ କରିଥିଲେ।
ଅନୁଷ୍ଠାନର ସଭାପତି ଭାବେ ରହିମ କୁମାର, କୋଷାଧ୍ୟକ୍ଷ ଚରଣ ନାଏକ, ଉପ-ସଭାପତି ଡମ୍ବୁରୁ ଦିସାରି ଉପସ୍ଥିତ ଥିଲେ।
ଉଦଘାଟନୀ ମ୍ୟାଚରେ ଏମ୍.କେ. ମହାନନ୍ଦ ଲାୟନ୍ସ ଓ ଜଗଦମ୍ବା–୧୧ ମଧ୍ୟରେ ରୋମାଞ୍ଚକର ମୁକାବିଲା ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ଏମ୍.କେ. ମହାନନ୍ଦ ଲାୟନ୍ସ ୧୨ ଓଭରରେ ୪ ୱିକେଟ ହାରାଇ ୧୧୯ ରନ୍ କରିଥିଲା। ପ୍ରତିଉତ୍ତରରେ ଜଗଦମ୍ବା–୧୧ ଦଳ ୪ ୱିକେଟ ହାରାଇ ୫ଟି ବଲ ବାକି ରହି ୧୨୧ ରନ୍ କରି ବିଜୟ ଲାଭ କରିଥିଲା।
ଏହି ଟୁର୍ଣ୍ଣାମେଣ୍ଟ ୧୨ ଜାନୁଆରୀରୁ ଆରମ୍ଭ ହୋଇ ୨୯ ଜାନୁଆରୀରେ ସମାପ୍ତ ହେବ ବୋଲି ସଭାପତି ରହିମ କୁମାର ସୂଚନା ଦେଇଛନ୍ତି। ଆଇପିଏଲ ଢାଞ୍ଚାରେ ଆୟୋଜିତ ଏହି ଲିଗରେ ୮ଟି ଟିମ ଅଂଶଗ୍ରହଣ କରୁଥିବାବେଳେ ସମୁଦାୟ ୩୨ଟି ମ୍ୟାଚ ଖେଳାଯିବ।
ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଟିକିରି ସରପଞ୍ଚ ଜଗବନ୍ଧୁ ମାଝୀ, ହରପ୍ରସାଦ ନାୟକ, କୈଳାଶ ନାୟକ ସହ ବହୁ କ୍ରିକେଟ ପ୍ରେମୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.