ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଵାମୀ ବିବେକାନନ୍ଦ ଲୋକ ସଂସଦ ଗଜପତି ଜିଲ୍ଲା ଶାଖା ଆନୁକୂଲ୍ୟରେ ସ୍ଥାନୀୟ ଉତ୍କଳ ହିତୈଷିଣୀ ସଭାଗୃହ ଠାରେ ସ୍ଵାମୀ ବିବେକାନନ୍ଦ ଜୟନ୍ତୀ ପାଳିତ ହୋଇଯାଇଛି।
ଅନୁଷ୍ଠାନର ଉପ ସଭାପତି ତଥା ପୂର୍ବତନ ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀ ଡ.ମାୟାଧର ସାହୁ , ମୁଖ୍ୟବକ୍ତା ଅଧ୍ୟାପକ ଇଂ ଶ୍ୱେତା ପଟ୍ଟନାୟକ , ଯୋଗ ଦେଇଥିଲେ। ପ୍ରରମ୍ଭରେ ଓଡ଼ିଆ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡ.ବିପ୍ଳବ ରଞ୍ଜନ ପ୍ରଧାନ ସ୍ଵାଗତ ସମ୍ଭାଷଣ , ଦେଇଥିବାବେଳେ ସ୍ବଦେଶ ମନ୍ତ୍ର ପଠନ ଅଧ୍ୟାପକ ପ୍ରିୟ ବ୍ରତ ଶତପଥୀଙ୍କ ଦ୍ଵାରା କରାଯାଇଥିଲା। ପ୍ରାରମ୍ଭିକ ସଙ୍ଗୀତ ସରସ୍ଵତୀ ଶିଶୁ ମନ୍ଦିରର ଛାତ୍ର ଛାତ୍ରୀ ମାନେ ପରିବେଷଣ କରିଥିଲେ ।ଅଧ୍ୟାପକ ଡ. ଶଶୀକାନ୍ତ ମହାପାତ୍ର ପରିଚୟ ପ୍ରଦାନ କରିଥିଲେ। ଅନୁଷ୍ଠାନର ସମ୍ପାଦକ ତଥା ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ ବିବରଣୀ ପାଠ ଓ ଆଜିର ଆଭିମୁଖ୍ୟ ଜଣାଇ ଥିଲେ।
ସମ୍ମାନିତ ବକ୍ତା ଭାବେ ଅଧ୍ୟାପକ ଅର୍ଜୁନ ଜେନା ଏବଂ ବିବେକାନନ୍ଦଙ୍କ ଜଗତ ପାଇଁ ଅବଦାନ ସମ୍ପର୍କରେ ଡ.ନରସିଂହ ଗୌଡ଼ , ନିତ୍ୟାନନ୍ଦ ଚୌଧୁରୀ କବିତା ପାଠ କରିଥିଲେ।
ଅତିଥିଗଣ ବିବେକାନନ୍ଦଙ୍କ ଯୁବଗୋଷ୍ଠୀ ପାଇଁ ଦେଇଥିବା ଅମୁଲ୍ୟ ବାଣୀ ଈଶ୍ୱର ଅଦ୍ୱିତୀୟ ସବୁଠି ଅଛନ୍ତି ତାଙ୍କରୀ ସାନିଧ୍ୟ ଆମେ ପ୍ରତିଟି ମୁହୂର୍ତ୍ତ ପାଉଛୁ , ଅନୁଭବ କରି ଜୀବ ସେବାହିଁ ଇଶ୍ବର ସେବା କହିଥିଲେ। ବିଶେଷକରି ଯୁବଗୋଷ୍ଠୀ ହିଁ ଆମର ଜାତି ନିର୍ମାଣର ପ୍ରଜାପତି କହିଥିଲେ।
ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସଂଯୋଜିକା ଆରୁପାଞ୍ଜଳି ମହାନ୍ତି ସଂଯୋଜନା କରିଥିଲେ । ତର୍କ ଏବଂ ଚିତ୍ରଙ୍କନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ଶେଷରେ ନିର୍ମଳ ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post