ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗଞ୍ଜାମ୍ ଜିଲ୍ଲା ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁଲାଡ ଗ୍ରାମ ପଞ୍ଚାୟତ ଯାହା, ଐତିହାସିକ ଭଞ୍ଜ ରାଜ ବଂଶୀୟ ଶ୍ରୀଜଗନ୍ନାଥ ମନ୍ଦିର ର ଆଜି ପହିଲି ଭୋଗ ର ଉଦଯାପନୀ ଦିବସ। ଏହି କୁଲାଡ ଗ୍ରାମର ଶ୍ରୀଜଗନ୍ନାଥ ମନ୍ଦିର ରେ ଅନ୍ୟାନ୍ୟ ମନ୍ଦିରମାନଙ୍କ ପହିଲି ଭୋଗ ଭଳି ଚଳିତ ମାସ ର ପ୍ରତ୍ୟେକ ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ୭ ଥାଳି , ଅନେକ ବ୍ୟଞ୍ଜନ ବିଶିଷ୍ଟ ପହିଲିଭୋଗ ଲାଗି କରାଯାଇ ଜନସାଧାରଣ ଙ୍କ ମାଗଣ ଅନୁସାରେ ପ୍ରଦାନ କରାଯାଇଥାଏ। ସେହିପରି ଭାବରେ ଚଳିତ ବର୍ଷ ୨୦୨୬ କୁଲାଡ ଶ୍ରୀଜଗନ୍ନାଥ ମନ୍ଦିର ର ପହିଲି ଭୋଗ ର ଉଦଯାପନୀ ଦିବସ ରେ ଅର୍ଥାତ୍ ଆଜି ୧୩ ତାରିଖ ମଙ୍ଗଳ ବାର ୨୦୨୬ ଦିନ ମହାଆଡମ୍ବରରେ ଓ ଭବ୍ୟ ପହିଲି ଭୋଗ ର ଉଦଯାପନୀ ଦିବସ କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଅତିରିକ୍ତ ତହସିଲଦାର ଅବିନାଶ ମାହାର, ଆର୍.ଆଇ ଭଗବାନ୍ ବେହେରା,କୁଲାଡ ମଣ୍ଡଳ ସଭାପତି କୁବେର ପ୍ରଧାନ ଓ କୁଲାଡ ଶ୍ରୀଜଗନ୍ନାଥ ମନ୍ଦିରର ସ୍ଥାୟୀ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଙ୍କ ସହିତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦାନ କରି ଏକତ୍ର ପହିଲି ଭୋଗ ଭୋଜନ କରିଥିଲେ। ଏବଂ ଭୋଜନ ପରେ ପରେ କିଛି ସମୟ ଉକ୍ତ ମନ୍ଦିର ବିଷୟରେ ଆଲୋଚନା ହୋଇଥିବାର ଦେଖାଯାଇଥିଲା।
Sign in
Sign in
Recover your password.
A password will be e-mailed to you.
Prev Post