ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ।

1

କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡା ଜିଲ୍ଲା ପକ୍ଷରୁ ଆଜି ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ କାର୍ଯ୍ୟକ୍ରମ ଜଣ୍ଟିଲୋ ଆଇ.ବି. ପରିସରରେ ସଫଳତାର ସହ ଆୟୋଜିତ ହୋଇଯାଇଛି। ଜଳ ସମ୍ପଦର ସଂରକ୍ଷଣ, ସୁସଂଚାଳନ ଏବଂ କୃଷକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ପାଳନ କରାଯାଇଥିଲା।
କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାଣି ପଞ୍ଚାୟତର ଭୂମିକା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଜଳସେଚନ ପ୍ରଣାଳୀର ସଠିକ ବ୍ୟବହାର, ନିୟମିତ ରକ୍ଷାଣାବେକ୍ଷଣ ଓ କୃଷକଙ୍କ ସକ୍ରିୟ ଭାଗିଦାରୀ ମାଧ୍ୟମରେ କୃଷି ଉନ୍ନତି ସମ୍ଭବ ବୋଲି ସେ କହିଥିଲେ।
ଏହି ଅବସରରେ ଜଳସମ୍ପଦ, କୃଷି, ପଞ୍ଚାୟତିରାଜ, ଗ୍ରାମୀଣ ଉନ୍ନୟନ ସହିତ ସମସ୍ତ ସଂପୃକ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ପାଣି ପଞ୍ଚାୟତକୁ ସକ୍ରିୟ କରିବା, କେନାଲ ଓ ନିର୍ଗମ ପାଥର ସଫାସୁଥା, ଜଳ ଅପବ୍ୟୟ ରୋକଥାମ ଉପରେ ଆଲୋଚନା କରିଥିଲେ।କାର୍ଯ୍ୟକ୍ରମର ଶେଷରେ କୃଷକ ଓ ପାଣି ପଞ୍ଚାୟତ ସଦସ୍ୟ ମାନଙ୍କୁ ଜଳ ସଂରକ୍ଷଣ ଓ ସମନ୍ୱିତ ଜଳ ପରିଚାଳନା ସମ୍ପର୍କରେ ସଚେତନ କରାଯାଇଥିଲା। ଏହି ପକ୍ଷ ପାଳନ ମାଧ୍ୟମରେ ଜିଲ୍ଲାରେ ଜଳ ପରିଚାଳନାକୁ ଆହୁରି ସୁଦୃଢ଼ କରିବାର ଆଶା ବ୍ୟକ୍ତ ମଧ୍ୟ କରାଯାଇଛି ।

Leave A Reply

Your email address will not be published.