ଜିଲ୍ଲାସ୍ତରୀୟ ସାଇନିଙ୍ଗ ଷ୍ଟାର – ୨୦୨୬ କାର୍ଯ୍ୟକ୍ରମ ସହ ଡ୍ରଫ୍ଟ ଆଉଟ ମେଗା କ୍ୟାମ୍ପ।

3

ପଦ୍ମପୁର- ପାଇକମାଳ ସ୍ଥିତ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ସାଇନିଙ୍ଗ ଷ୍ଟାର କାର୍ଯ୍ୟକ୍ରମ ସହ ଡ୍ରପଟ ଆଉଟ ମେଗା କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି।ହାଇସ୍କୁଲର ପ୍ରଧାନ ଶିକ୍ଷକ ଦ୍ଵାଦଶ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ଡି.ଇ.ଓ ଜ୍ୟୋତିକାନ୍ତ ସାହୁ, ପାଇକମାଳ ବି. ଇ .ଓ ରାଧେଶ୍ୟାମ ମେହେର ଏବଂ ସାଂସଦ ପ୍ରଦୀପ ପୁରୋହିତଙ୍କ ପ୍ରତିନିଧି ସରୋଜ ସାମଲ ଯୋଗଦେଇ ସରକାରଙ୍କ ଶିକ୍ଷା ଯୋଜନା ଉପରେ ବିଭିନ୍ନ ଉଦାହରଣ ଦେଇ ଆଲୋଚନା କରିଥିଲେ। ଦ୍ୱିତୀୟ ଦିନରେ ଏ. ଡି ଓ ଅମ୍ରିତା ସାହୁ ଓ ସରୋଜ କୁମାର ଭୋଇ ବାର୍ଷିକ ପରୀକ୍ଷା ରେ ଏ ୱାନ କିପରି ଆସିବ ତା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ l
ବିଡ଼ିଓ ପ୍ରଫୁଲ୍ଲ କୁମାର ଅଦୁ ଯୋଗଦେଇ ଶିକ୍ଷା ଉପରେ ଆଲୋକପାତ କରି ସମସ୍ତ ଙ୍କ ପାଇଁ ଶିକ୍ଷା ଲାଭ ଆବଶ୍ୟକତା ରହିଥିବା ନେଇ ପରାମର୍ଶ ପ୍ରଦାନ କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ବରଗଡ଼ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ବିନୟ ପ୍ରକାଶ ସଏ ଯୋଗଦେଇ ଶିକ୍ଷାର ଗୁରୁତ୍ଵ ଉପରେ ଆଲୋକପାତ କରିଥିଲେ।
ବ୍ଲକ ସଂଯୋଜକ ନୀତି ଆୟୋଗର ମଧୁସ୍ମିତା ବେହେରା ଯୋଗଦେଇ ଡ୍ରପ୍ଟ ଆଉଟ ଛାତ୍ରଛାତ୍ରୀଙ୍କ ଉପରେ ଆଲୋକପାତ କରିଥିଲେ।
ତିନି ଦିନ ଧରି ଚାଲିଥିବା ସାଇନିଙ୍ଗ ଷ୍ଟାର ଅଭିଜ୍ଞତା ଶୀର୍ଷକ ଧୀରୋଜ କୁମାର ପଟ୍ଟନାୟକ ପ୍ରଶିକ୍ଷଣ ପାଇଁ ୬୬ ଜଣ ଆର.ପି ୧୪୪ ଜଣ ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ। ପରିଶେଷ ରେ ସ୍କୁଲ ର ଲିଙ୍ଗରାଜ ସାହୁ,ନରସିଂହ ପ୍ରଧାନ,ପ୍ରମୋଦ ପ୍ରଧାନ,ସୁଦାମ ପାଣ୍ଡେ, ଅମିତ ସାହୁ, ଲଳିତ କୁମାର ବିଶ୍ଵାଳ,ରଜତ କୁମାର ସାହୁ, ଛବିଳ ସେଠ୍,ବବିତା ବେହେରା,ନିରୁପମା ସାହୁ,ଦୟାନିଧି ସାହୁ,ଶିବମ ନାୟକ, ମିନା କୁମାରୀ ଦାସ, ମନୋଜ ସାହୁ, ସ୍ଵାଧୀନ ବେହେରା ସହଯୋଗ କରିଥିଲେ ଏବଂ ଜ୍ୟୋତିର୍ମୟୀ ପଟ୍ଟନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ l

Leave A Reply

Your email address will not be published.