ବର୍ଷା ଏବଂ ମିନତୀଙ୍କ ପଦକ ହାସଲ: ସ୍କୋଏ ମାର୍ସଲାଟ ଚମ୍ପିୟାନ ସିପ ୨୦୨୫/୨୬

3

ଓଡ଼ଗାଁ,୧୨।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁର ବର୍ଷା ଏବଂ ନନ୍ଦିଘୋରର ମିନତୀ ହାଇଦ୍ରାବାଦର ତେଲେଙ୍ଗାନାରେ ଚଳିତ ଜାନୁଆରୀ ମାସରେ ଆୟୋଜିତ ସ୍କୋଏ ମାର୍ସଲାଟ (ଯୁଦ୍ଧ କଳା) ଚମ୍ପିୟାନସିପ ୨୦୨୫/୨୬ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସିଲଭର ଏବଂ ବ୍ରୋଞ୍ଚ୍ ପଦକ ହାସଲକରି ଗୌରବ ଅର୍ଜନ କରିଛନ୍ତି । ବିଭିନ୍ନ ରାଜ୍ୟର ପ୍ରତିଯୋଗି ମାନେ ଅଂଶଗ୍ରହଣ କରିଥିବା ବେଳେ ଓଡ଼ିଶାରୁ ଏଥିରେ ପ୍ରାୟ ୧ଶହ ପ୍ରତିଯୋଗି ଅଂଶଗ୍ରହଣ କରିଥିଲେ । ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ନନ୍ଦିଘୋର ପଞ୍ଚାୟତ ନନ୍ଦିଘୋରର ଗ୍ରାମର ମିନତୀ ସାହୁ ଲୋବାଫାଇଟ ୬୨କେଜିରେ ଦ୍ବିତୀୟ ସ୍ଥାନ ଅଧିକାର କରି ସିଲଭର ପଦକ ହାସଲ କରିଥିବା ବେଳେ ଓଡ଼ଗାଁ ଏନ୍ଏସି ଗୁପ୍ତମଠ ସାହିର ବର୍ଷା ରାଣୀ ସାହୁ ୨୦ଜଣ ଖେଳାଳିଙ୍କୁ କାଟି ବ୍ରୋଞ୍ଚ୍ ପଦକ ହାସଲ କରିଥିବା ସହିତ ଆନ୍ତଜାତୀୟ ସ୍ତରକୁ ମନୋନିତ ହୋଇଥିବା କହିଛନ୍ତି । ଏତଦ୍ ବ୍ୟତୀତ ମୋକିମ୍ ଫାଉଣ୍ଡେସନ ଆନୁକୂଲ୍ୟରେ ସୋମବାର କଟକ ଠାରେ ଅନୁଷ୍ଠିତ ଲୋବାଫାଇଟରେ ବର୍ଷା ବ୍ରୋଞ୍ଜ ପଦକ ଏବଂ କାତା ଗମରେ ରୌପ୍ୟ ପଦକ ହାସଲ କରିବାରେ ସଫଳତା ଲାଭ କରିଛନ୍ତି । ଉଭୟଙ୍କ ସଫଳତାରେ କ୍ରିଡ଼ା ପ୍ରେମୀ ଏବଂ ବୁଦ୍ଧିଜୀବିମାନେ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.