ସୁଭଦ୍ରା ଶକ୍ତି ମେଳା ଉଦଘାଟିତ,ଷ୍ଟଲ ଖାଲି, ପଡ଼ିଆ ଖାଲି

3

ନୟାଗଡ଼(ବିଶ୍ୱଜିତ ନାୟକ):- ନୟାଗଡ଼ ଜିଲ୍ଲା ପ୍ରଶାସନର ମନମୁଖୀ କାର୍ଯ୍ୟ ଓ ବେପରୁଆ ନୀତି ପାଇଁ ସୁଭଦ୍ରା ମେଳା ଏକ ପ୍ରହସନ ବୋଲି ଆଲୋଚନା ହେଉଛି । ରାଜ୍ୟ ସରକାର ସୁଭଦ୍ରା ଶକ୍ତି ମେଳା ପାଇଁ ୧ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବ୍ୟୟ ବରାଦ କରିଛନ୍ତି । ମାତ୍ର ସୁଭଦ୍ରା ଶକ୍ତି ମେଳା ସମ୍ପର୍କରେ ପ୍ରଚାର ଓ ପ୍ରସାର ଅଭାବରୁ ଅନେକ ଷ୍ଟଲ ଖାଲି ପଡ଼ିଥିବା ଦେଖାଯାଇଛି । ପଡ଼ିଆରେ ୧୫୦ ଷ୍ଟଲ ନିର୍ମାଣ କରାଯାଇଥିବା ବେଳେ ୫୦ରୁ ଉର୍ଦ୍ଧ୍ୱ ଷ୍ଟଲ ଖାଲି ପଡ଼ିଛି । ଏହା ସହିତ ମେଳା ପୂରା ଖାଁ ଖାଁ ଅବସ୍ଥାରେ ଆରମ୍ଭ ହୋଇଛି । ଉଦଘାଟନ ସଂନ୍ଧ୍ୟାରେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ରଣପୁର ବିଧାୟିକ ତଥା ବାଚସ୍ପତି ସୁରମା ପାଢ଼ୀ, କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ପ୍ରମୂଖ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର ଉପସ୍ଥିତ ରହିଥିଲେ । ଅତିଥିମାନେ ସୁଭଦ୍ରା ଶକ୍ତିକୁ ଆହୁରି ସ୍ୱାବଲମ୍ବୀ କରାଯିବା ଉପରେ ବକ୍ତବ୍ୟ ରଖିଥିଲେ । ନୟାଗଡ଼ ଜିଲ୍ଲାରୁ ଉତ୍ପାଦିତ ଦ୍ରବ୍ୟ ଗୁଡ଼ିକୁ ବ୍ରାଣ୍ଡିଂ କରିବା ପାଇଁ ଗୁରୁତ୍ୱ ଦେଇଥିଲେ । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ପ୍ରଶାସନର ଦୂର ଦୃଷ୍ଟି ଅଭାବ ତଥା ବେପରୁଆ ନୀତି ପାଇଁ ମେଳା ପୂରା ଫିକା ପଡ଼ିଥିବା ଆଲୋଚନା ହେଉଛି ।

Leave A Reply

Your email address will not be published.