କେନ୍ଦୁଝର,ତା୧୨/୧- ଆଜି କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଜାମୁନାଳିଆ, ନେଙ୍କଡ଼ାଘର ଗ୍ରାମର ଗଣେଶ୍ୱର ମହାକୁଡ଼ କେନ୍ଦୁଝର ଜିଲ୍ଲାପାଳଙ୍କୁ ନିଜ ପ୍ରାପ୍ୟ ପାଇ ନଥିବାରୁ ଅଭିଯୋଗ କରିବାକୁ ଆସିଥିଲେ। ସୂଚନା ମିଳିଛି କି ଅଳ୍ପ ଦିନ ତଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ସହର ଉପକଣ୍ଠ ନେଙ୍କଡ଼ାଘର ଠାରେ ବିପ୍ଲବୀ ଧରଣୀଧରଙ୍କ ଏକ ଭବ୍ୟ ମୂର୍ତ୍ତି ଉନ୍ମୋଚନ କରିଥିଲେ। ତେବେ ଏହି ମୂର୍ତ୍ତି ବସିବା ସ୍ଥାନକୁ ସୁନ୍ଦର କରିବା ଲାଗି କିଛି ଦିନ ଆଗରୁ ସେଠାରେ ଫୁଲ ଗଛ ଲାଗିଥିଲା, ସ୍ଥାନୀୟ ଅଂଚଳର ଗଣେଶ୍ୱର ମହାକୁଡ଼ ସେଠାରେ ନିୟୋଜିତ ହୋଇ ମୂର୍ତ୍ତି ଜଗିବାସହ ଫୁଲ ଗଛରେ ପାଣି ଦେଉଥିଲେ। ଗଣେଶ୍ୱର ପାଣି ଦେଉଥିବାରୁ ଗଛରେ ସୁନ୍ଦର ଫୁଲ ଫୁଟିଛି ମୂର୍ତ୍ତି ମଧ୍ୟ ସଫାସୁତରା ରହିଛି। ତେବେ ତାଙ୍କୁ ଦୈନିକ ଅଢେଇ ଶହ ଟଙ୍କା ଦେବାକୁ ସେତେବେଳେ କିଛି ଅଧିକାରୀ କହିଥିଲେ ବୋଲି ଆଜି ଗଣେଶ୍ୱର କହୁଥିଲେ। କିନ୍ତୁ ସେ ୪/୫ ମାସ ହେବ ପାଣି ଦେବାପରେ ମଧ୍ୟ କିଛି ଟଙ୍କା ଦେଇ ବାକି ଟଙ୍କା ଦେଇନଥିବାରୁ ଆଜି ସେ ଅଧିକାରୀଙ୍କୁ ଭେଟି ଗୁହାରି କରି ନିରାଶ ହୋଇଥିଲେ। ତେଣୁ ବାଧ୍ୟ ହୋଇ ନିଜର ପ୍ରାପ୍ୟ ଟଙ୍କା ମକର ବେଳେ ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ ଲିଖିତ ଦେଇଛନ୍ତି। ଏହି କଥା ଶୁଣି କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ବରଗଛ ମୂଳେ ଲୋକେ ଧରଣୀଧର ବେଠି ବେଗାରୀ ବିରୁଦ୍ଧରେ ଲଢ଼ିଥିଲେ ହେଲେ ଆଜି ପ୍ରଶାସନିକ ଅଧିକାରୀ ମାନେ ଅନ୍ୟାୟ କରି ଗୋଟେ ଲୋକକୁ ଧରଣୀଧର ମୂର୍ତ୍ତି ସେବାରେ ଲଗେଇ ତା’ର ଉଚିତ ପ୍ରାପ୍ୟ ଦେଉନାହାନ୍ତି ଯାହା ଧରଣୀଙ୍କ ବିଚାରଧାରା ବିରୋଧୀ ବୋଲି କହିଛନ୍ତି। ତେଣୁ ଗଣେଶ୍ୱରଙ୍କୁ ନ୍ୟାୟ ମିଳୁ ସମସ୍ତେ ଆଶା କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post