ମନରେଗା ନାମ ପରିବର୍ତ୍ତନକୁ ନେଇ କଂଗ୍ରେସର ସାଙ୍କେତିକ ପ୍ରତିବାଦ

3

ପୁରୀ, ୧୧/୧ (ଅନିମେଶ ପଟ୍ଟନାୟକ): ଗତକାଲି ସାମ୍ବାଦିକ ସମ୍ମିଳନୀରେ ମନରେଗା ନାମ ପରିବର୍ତ୍ତନକୁ ବିରୋଧ ପରେ ରବିବାର ପୁଣି ବିରୋଧ ପ୍ରଦର୍ଶନ କରିଛି ଜିଲ୍ଲା କଂଗ୍ରେସ। ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ସ୍ଥାନୀୟ ଗାନ୍ଧୀ ଘାଟ ଠାରେ ଏକତ୍ରିତ ହୋଇ ମାହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ସାଙ୍କେତିକ ଧାରଣା ଦେଇଥିଲେ । ଦିଵା ୧୧ ଟା ରୁ ଦିନ ତମାମ ସଭାପତି ଇଂ ରାଜେଶ କୁମାର ମିଶ୍ରଙ୍କ ନେତୃତ୍ବରେ ବିଭିନ୍ନ ସ୍ଲୋଗାନ ଦେଇ ପ୍ରତିବାଦ କରିଥିଲା ଜିଲ୍ଲା କଂଗ୍ରେସ । ଏହି କାର୍ଯ୍ୟକ୍ରମରେ ପିସିସି ସଂପାଦିକା ଶିଳ୍ପୀଶ୍ରୀ ହରିଚନ୍ଦନ, ପୂର୍ବତନ ଜିଲ୍ଲା ସଭାପତି ଶରତ ରଥ, ପୁଷ୍କର ମହାପାତ୍ର, ସେବା ଦଳ ଜିଲ୍ଲା ପ୍ରମୁଖ ବିଶ୍ବକେସନ ହରିଚନ୍ଦନ ମହାପାତ୍ର, ଜିଲ୍ଲା ଆଇନ ସେଲ ସଭାପତି କାଳୀପ୍ରସାଦ ନାୟକ, ପିସିସି ପୂର୍ବତନ ସଂପାଦକ ବିଶ୍ଵନାଥ ଦାଶ, ବିଦ୍ୟୃତଲତା ଆଚାର୍ଯ୍ୟ, ସୁକାନ୍ତ କୁମାର ପ୍ରଧାନ, ପୂର୍ବତନ ଓ୍ବାଡ ମେମ୍ବର ସିତାକାନ୍ତ ମହାନ୍ତି, ବିଭୁଦତ୍ତ ମିଶ୍ର, ଆଶୁତୋଷ ମିଶ୍ର, ଅର୍ଜୁନ ସାହୁ, ଉମାକାନ୍ତ ବେହେରା, କୃଷ୍ଣଚନ୍ଦ୍ର ଦାଶ, ପ୍ରକାଶ ପ୍ରଧାନ, ମନୋଜ ମହାପାତ୍ର, ଦୁର୍ଗାପ୍ରସାଦ ସାମନ୍ତରାୟ, ଜିବେଶ ଚନ୍ଦ୍ର ରଥ, ସୌମ୍ୟକାନ୍ତ ପ୍ରଧାନ, ରଂଜନ ସାହୁ, ସୁରେନ୍ଦ୍ର ପାଇକରାୟ, ପ୍ରମୁଖ ଅନେକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.