କଟକ ରୁ ନିରଞ୍ଜନ ଆଚାର୍ଯ୍ୟ ଙ୍କ ରିପୋର୍ଟ: କଟକ କମିଶନରେଟ ପୋଲିସ ହାତରେ ଲାଗଛି ଆଉ ଏକ ସାଇବର ଠକଙ୍କ ଗ୍ୟାଙ୍ଗ।ଖବରରୁ ପ୍ରକାଶ ଯେ କଟକ ମଧୁପାଟଣା ଥାନା ଅନ୍ତର୍ଗତ ଏକ ସାଇବର ଠକେଇ ଚାଲିଥିବାର ଖବର ପାଇ ମଧୁପାଟଣା ଥାନା ଅଧିକାରୀ ଚିତ୍ତରଞ୍ଜନ ରାଉତ ଏବଂ ଉଚ୍ଚପଦସ୍ଥ ଅଧିକାରୀ ଙ୍କ ମିଳିତ ଚଢ଼ାଉରେ ଏହି ସାଇବର ଠକଙ୍କ ପର୍ଦ୍ଦା ଫାସ କରିଛନ୍ତି। ତେବେ ଏହି ଠକ ମାନେ ମିଛ କମ୍ପାନୀ ମଧ୍ୟମରେ ସଧାରଣ ଲୋକଙ୍କ ଠାରୁ ଡକ୍ୟୁମେଣ୍ଟ ନେଈ ସିମ୍ କାଡ଼ ସଂଗ୍ରହ କରୁଥିଲେ। ସେଥିରେ ଲୋକଙ୍କ ହ୍ୱାଟସପ୍ କୁ ଆର୍ଥିକ ପ୍ରଲୋଭାନ ଛାଡୁଥିଲେ । ମହାକାଳୀ କନଷ୍ଟ୍ରକ୍ସନ୍ ପ୍ରାଇଭେଟ୍ ଲିମିଟେଡ। ଜଗନ୍ନାଥ କନଷ୍ଟ୍ରକ୍ସନ୍ ନାମକ ବିଭିନ୍ନ ସଂସ୍ଥା ମାନ ଖୋଲି ବ୍ୟାଙ୍କ ରେ କରେଣ୍ଟ ଆକାଉଣ୍ଟ ଖୋଲି ଥିଲେ ।ଲୋକଙ୍କୁ ଅର୍ଥ କାରବାର ର ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ଲୁଟୁଥିଲେ। ତେବେ ଏଥିରେ ସଂପୃକ୍ତ ବ୍ୟାଙ୍କ କର୍ମଚାରୀ ଙ୍କ ସହିତ ସାତଜଣ ଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ ଦୁଇ ଜଣ ଫେରାର ଅଛନ୍ତି। ସେମାନଙ୍କ ଠାରୁ 215ଟି ସିମକାଡ଼ ଅଣସ୍ତୁରି ଟି ମୋବାଇଲ୍ ଫୋନ ଓ 3ଟି ସ୍ଵାଇବି ମେସିନ୍, 4ଟି ଲଲ୍ୟାପଟ ,702ଟି କ୍ରେଡିଟ କାଡ,ଗୋଟେ ଚାରିଚକିଆ ଯାନ, ଦୁଇଟି ମୋଟରସାଇକେଲ ସହ 90ଲକ୍ଷ ଟଙ୍କା ବ୍ୟାଙ୍କ ରୁ ସିଜ କରାଯାଇଛି।
Sign in
Sign in
Recover your password.
A password will be e-mailed to you.