

ପଦ୍ମପୁର :- ସ୍ଥାନୀୟ ଚାନ୍ଦଟିପା ଠାରେ ବିଧାୟିକାଙ୍କ ପ୍ରସ୍ତାବ କ୍ରମେ ଅନୁମୋଦିତ ହୋଇଥିବା ପଦ୍ମପୁର ର ମୁଖ୍ୟଦ୍ୱାର “ବୋଡ଼ାସମ୍ବର ଗେଟ୍ ” ଉଦ୍ଘାଟିତ ହୋଇଯାଇଛି। ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ଭାବେ ଯୁବନେତା ଭୋଜ ରାଜ୍ ସିଂ ବରିହା,ବ୍ଲକ୍ ଅଧ୍ୟକ୍ଷ ରଞ୍ଜିତ ସିଂ ବରିହା,ଏନ୍.ଏ.ସି ଅଧ୍ୟକ୍ଷା ସାବିତ୍ରୀ ବାଗ ଯୋଗଦେଇ ଉଦ୍ଘାଟନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ପ୍ରଶାନ୍ତ ମହାନ୍ତି, ହୃଦାନନ୍ଦ ବାରିକ,ଝାରବନ୍ଧ ଓ ପାଇକମାଳ ବ୍ଲକ ଅଧ୍ୟକ୍ଷ ପ୍ରତିନିଧି ଙ୍କ ସମେତ ସମସ୍ତ କାଉନସିଲର ଯୋଗଦେଇଥିଲେ।