ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ): ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭଞ୍ଜଭୂମି କୁଲାଡ ଗ୍ରାମର ମାଁ ତଳବ୍ୟାଘ୍ର ଦେବୀ ଙ୍କ ପୀଠରେ ଅଥବା ଭଞ୍ଜ ବଂଶୀୟ ଅଧିଷ୍ଠାତ୍ରୀ ଦେବୀ ମାଁ ବ୍ୟାଘ୍ର ଦେବୀ ଙ୍କ ପୀଠରେ ଚଳିତ ବର୍ଷ ଦୁତୀୟ ଭବ୍ୟ ସାମୁହିକ ପହିଲି ଭୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଅଦ୍ୟ ଜାନୁଆରୀ ମାସ ୧୦ ତାରିଖ ଶନିବାର ୨୦୨୬ ଦିବସରେ କୁଲାଡ ଗ୍ରାମର ତଳ ବ୍ୟାଘ୍ରଦେଵୀ ଯୁବକ ସଂଘ ଓ ସମୂହ ଗ୍ରାମବାସୀ ଙ୍କ ସହଯୋଗରେ ଐତିହାସିକ ଭଞ୍ଜ ରାଜ ବଂଶୀୟ ଅଧିଷ୍ଠାତ୍ରୀ ଦେବୀ ମାଁ ବ୍ୟାଘ୍ର ଦେବୀ ଙ୍କ ପୀଠରେ ସାମୂହିକ ପହିଲିଭୋଗ କାର୍ଯ୍ୟକ୍ରମ ଭବ୍ୟ ଓ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଅଦ୍ୟ ପ୍ରାତଃ ସମୟରେ ପ୍ରଥମେ ମାଁ ବ୍ୟାଘ୍ରଦେବୀ ଙ୍କ ପାଖରେ ଘଣ୍ଟ ଘଣ୍ଟା ଶଙ୍ଖ ଗିନି ଢୋଲ କାହାଳୀ ଓ ମହୁରୀ ର ପ୍ରକମ୍ପିତ ବାଦ୍ୟ ଧ୍ୱନିରେ କର୍ପୁର ଆଳତୀ ପରେ ପରେ ୧୦୮ ଆଳତୀ ଅନୁଷ୍ଠିତ ହୋଇ ପହିଲି ଭୋଗ ର କିଛି କିଛି ସମସ୍ତ ପ୍ରକାର ବ୍ୟଞ୍ଜନ ମାଁ ଙ୍କ ପାଖରେ ଭୋଗ କରାଯାଇଥିଲା। ପରେ ପରେ ଠିକ୍ ସେହିପରି ଦେବୀ ମାଁ ବ୍ୟାଘ୍ରଦେବୀ ଙ୍କ ପିଠ ପରିସରରେ ଥିବା ମାଁ ଠାକୁରାଣୀ ଙ୍କ ପାଖରେ ମଧ୍ୟ ଆଳତି ଓ ଅର୍ନ ପ୍ରସାଦ ବା ପହିଲିଭୋଗ ମାଁ ଙ୍କୁ ଭୋଗ ଲଗାଯାଇଥିଲା। ଏହି ଆଡମ୍ବର ଭବ୍ୟ ଦେବୀ ମାଁ ତଳ ବ୍ୟାଘ୍ରଦେଵୀ ଙ୍କ ପହିଲିଭୋଗ କାର୍ଯ୍ୟକ୍ରମ ରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦାନ କରି ସହଯୋଗ କରିଥିଲେ। ଏବଂ ୨୧ ପ୍ରକାର ବ୍ୟଞ୍ଜନ ବିଶିଷ୍ଟ ସୁସ୍ୱାଦୁ ପହିଲିଭୋଗ ସମସ୍ତେ ଭୋଜନ କରିଥିଲେ। ଆଜିର କାର୍ଯ୍ୟକ୍ରମ ରେ ହଜାର ହଜାର ଶ୍ରଦ୍ଧାଳୁ ଜନସାଧାରଣ ଯୋଗଦାନ କରି ମାଁ ବ୍ୟାଘ୍ରଦେବୀ ଙ୍କ ଆଶ୍ରୀବାଦ ଲାଭ କରିଥିଲେ ଓ ଅତ୍ୟନ୍ତ ଖୁସି ପଵିତ୍ର ମନରେ ଫେରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post