ସୋହେଲା :- ସୋହେଲା ବ୍ଲକ ଅନ୍ତର୍ଗତ କୁଆମୁନିଆ ଗ୍ରାମରେ ଛତିଶଗଡ଼ ଓ ଦିଲ୍ଲୀରୁ ଆସିଥିବା କିଛି ଖ୍ରୀଷ୍ଟିଆନ ପାଦ୍ରୀଙ୍କ ଦ୍ୱାରା ଆର୍ଥିକ ପ୍ରଲୋଭନ ଦେଖାଇ କିଛି ହିନ୍ଦୁ ପରିବାରଙ୍କୁ ଧର୍ମ ପରିବର୍ତ୍ତନ କରାଯାଉଥିବା ନେଇ ଗୁରୁତର ଅଭିଯୋଗ ଉଠିଛି। ଏହି ଘଟଣାକୁ କେନ୍ଦ୍ର କରି ଗ୍ରାମରେ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିବା ଜଣାପଡ଼ିଛି।
ଗ୍ରାମର କିଛି ପରିବାର ଏହି ଘଟଣା ସମ୍ପର୍କରେ ସୋହେଲା ବଜରଙ୍ଗ ଦଳର ସଦସ୍ୟମାନଙ୍କୁ ସୂଚନା ଦେଇଥିବା କୁହାଯାଉଛି। ଖବର ପାଇ ବଜରଙ୍ଗ ଦଳର କର୍ମୀମାନେ ତୁରନ୍ତ କୁଆମୁନିଆ ଗ୍ରାମକୁ ପହଞ୍ଚି ଘଟଣାସ୍ଥଳରେ ପ୍ରତିବାଦ ଓ ପ୍ରତିରୋଧ କରିଥିଲେ।ଘଟଣା ସମୟରେ ଗ୍ରାମର ସରପଞ୍ଚ, ୱାର୍ଡ ମେମ୍ବର ସହ ଗ୍ରାମର କିଛି ଭଦ୍ରବ୍ୟକ୍ତି ଉପସ୍ଥିତ ରହି ପରିସ୍ଥିତିକୁ ଶାନ୍ତ ରଖିବାରେ ସହଯୋଗ କରିଥିବା ଜଣାପଡ଼ିଛି। ବଜରଙ୍ଗ ଦଳ ପକ୍ଷରୁ କୁହାଯାଇଛି ଯେ ବଳପୂର୍ବକ କିମ୍ବା ଆର୍ଥିକ ପ୍ରଲୋଭନ ମାଧ୍ୟମରେ ଧର୍ମ ପରିବର୍ତ୍ତନ କରାଯିବା ଆଇନବିରୋଧୀ ଏବଂ ସମାଜିକ ସମନ୍ୱୟ ପାଇଁ ହାନିକାରକ। ଏପରି କାର୍ଯ୍ୟକଳାପ ତୁରନ୍ତ ବନ୍ଦ କରିବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଛି।ଘଟଣା ସମୟରେ ବଜରଙ୍ଗ ଦଳ ସଂଯୋଜକ ରୁଦ୍ର ଭାଇ, ଗୋରକ୍ଷା ପ୍ରମୁଖ ରୋହିତ ଭାଇଙ୍କ ସହ ରାଜେଶ ନନ୍ଦ, ଅନିଲ ମହାପାତ୍ର, ରାକେଶ ଭାଇ, ନରେନ ଭାଇ ଓ ଭଗଦତ୍ତ ଭାଇ ଉପସ୍ଥିତ ଥିଲେ।ଏ ସମ୍ପର୍କରେ ମେଲଛାମୁଣ୍ଡା ଥାନା ସହ ଯୋଗାଯୋଗ କରାଯାଉଥିବାବେଳେ ଥାନାଧିକାରୀ କହିଛନ୍ତି ଯେ ଏପର୍ଯ୍ୟନ୍ତ କୌଣସି ଲିଖିତ ଅଭିଯୋଗ ଥାନାରେ ଆସିନାହିଁ। ଫୋନ ଯୋଗେ ସୂଚନା ମିଳିଥିବା କଥା ସେ ଜଣାଇଥିବାବେଳେ, ବଜରଙ୍ଗ ଦଳର କିଛି କର୍ମୀ ଘଟଣା ସମ୍ପର୍କରେ ଜଣାଇଥିବା ମଧ୍ୟ କହିଛନ୍ତି। ତେବେ ଘଟଣାର ସତ୍ୟତା ଯାଞ୍ଚ ପାଇଁ ସ୍ୱାଧୀନ ତଦନ୍ତ ଆବଶ୍ୟକ ବୋଲି ସ୍ଥାନୀୟ ମହଳରେ ଦାବି ହେଉଛି।
Sign in
Sign in
Recover your password.
A password will be e-mailed to you.