କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ): କେନ୍ଦ୍ରାପଡ଼ା ଜିଲ୍ଲାପ୍ରଶାସନର ଉଦ୍ୟମରେ ଆଜି ଜମଧର ସ୍ଥିତ ଧାନ ମଣ୍ଡିର ଜିଲ୍ଲା ସ୍ତରୀୟ ଶୁଭ ଉଦଘାଟନ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଶ୍ରୀଯୁକ୍ତ ରଘୁ ରାମ ଆର. ଆୟାର ମଣ୍ଡିର ଉଦଘାଟନ କରିବା ସହ ଚଳିତ ଖରିଫ ବର୍ଷ ୨୦୨୫–୨୬ ପାଇଁ ସରକାରୀ ଧାନ କ୍ରୟ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେବା ନେଇ ଘୋଷଣା କରିଛନ୍ତି।
ଏହି ଅବସରରେ ଜିଲ୍ଲାପାଳ କହିଛନ୍ତି ଯେ, ଚାଷୀମାନେ ନିର୍ଦ୍ଧାରିତ ନୀତି-ନିୟମ ଅନୁଯାୟୀ ଏଫ.ଏ.କ୍ୟୁ. (FAQ) ମାନଙ୍କର ସାଧାରଣ ଧାନ ଧାନ ମଣ୍ଡିକୁ ଆଣିବେ। ସାଧାରଣ ମାନର ଧାନ ପାଇଁ କଇଣ୍ଟାଲ ପ୍ରତି ୨୩୬୯ ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ଦିଆଯିବ। ସେଥିପାଇଁ ଗ୍ରେଡ୍–ଏ ଧାନ ଆଣିବାକୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି। ସରକାରୀ ନିୟମ ଅନୁଯାୟୀ ଚାଷୀମାନେ ଅଗ୍ରୀମ ଟୋକନ ଗ୍ରହଣ କରି ନିକଟସ୍ଥ ଧାନ କ୍ରୟ କେନ୍ଦ୍ରରେ ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନ ବିକ୍ରି କରିପାରିବେ। ଧାନ କ୍ରୟ ସମ୍ପର୍କିତ କୌଣସି ଅସୁବିଧା ବା ଅଭିଯୋଗ ଥିଲେ ଚାଷୀମାନେ ସିଧାସଳଖ ଭାବେ ଜିଲ୍ଲା ଯୋଗାଣ ଅଧିକାରୀ, ସମ୍ପୃକ୍ତ ତହସିଲଦାର କିମ୍ବା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅବଗତ କରିପାରିବେ ବୋଲି ଜଣାଇ ଦିଆଯାଇଛି। ଉଦଘାଟନ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗୀୟ ଅଧିକାରୀ, ସ୍ଥାନୀୟ ଜନପ୍ରତିନିଧି, ପ୍ୟାକ୍ସ ସଭ୍ୟ ଓ ବହୁ ସଂଖ୍ୟାରେ ଚାଷୀ ଉପସ୍ଥିତ ଥିଲେ। ଧାନ କ୍ରୟ ପ୍ରକ୍ରିୟା ସୁଚାରୁ ଭାବେ ଚାଲିବାକୁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ହୋଇଥିବା କଥା ଅଧିକାରୀମାନେ ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.