ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ସ୍ଥିତ ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟର ୨୦୦୧ ଦଶମ ଶ୍ରେଣୀ ବ୍ୟାଚ୍ ଛାତ୍ରଙ୍କ ଏକା ବନ୍ଧୁ ମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ମାଆ ବାସଙ୍ଗ ପୀଠରେ ଅନୁଷ୍ଠିତ ହୋଇଯାଇଛି I ଛାତ୍ର ସଂଗଠନ ସଭାପତି ତଥା ବେଲଗୁଣ୍ଠା ନଗରପାଳ ଫିରୋଜ ସେଠୀ, ସମ୍ପାଦକ ଦିଲେଶ୍ୱର ପାତ୍ର ଏବଂ କୋଷାଧ୍ୟକ୍ଷ ଶିବାନନ୍ଦ ପାତ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଛାତ୍ର ମାନେ ଏକାଠି ହୋଇ ପରସ୍ପରକୁ ଅଭିନନ୍ଦନ ଜଣାଇବା ସହିତ ନିଜ ନିଜର ସୁଖା ଦୁଃଖ ଅନୁଭୂତି ବଖାଣି ଥିଲେ I ଆଗାମୀ ବର୍ଷ ଗୁଡିକରେ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ ଜାରି ରଖିବା ସହିତ ଏଥିରେ ନିଜ ନିଜର ପରିବାର ସଦସ୍ୟ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସାମିଲ୍ କରିବା ପାଇଁ ମତ ପ୍ରକାଶ ପାଇଥିଲା I ସେହିପରି ଏହି ଛାତ୍ର ସଂଗଠନ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଜାରି ରଖିବା ସହିତ ବେଲଗୁଣ୍ଠା ସହରର ସ୍ଵଚ୍ଛତା ଏବଂ ପ୍ରଗତି ଦିଗରେ କାର୍ଯ୍ୟ କରିବ ବୋଲି ଉପସ୍ଥିତ ଛାତ୍ର ମାନେ ପ୍ରକାଶ କରିଥିଲେ I
Sign in
Sign in
Recover your password.
A password will be e-mailed to you.