( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ପୁରୁଷୋତ୍ତମ ପୁର ସହର ନନ୍ଦିକ ସାହିର କୃଷ୍ଣ ଚନ୍ଦ୍ର ଗୌଡ ନାମକ ଜଣେ ଯୁବକ ଭୋଜି କାର୍ଯ୍ୟକ୍ରମ ରେ ଯୋଗ ଦେଇ ଘରକୁ ଫେରିବା ବେଳେ ବାଲିଆଶଙ୍ଖ ନିକଟସ୍ଥ ରାସ୍ତା କଡ଼କୁ ଖସି ପଡ଼ିଥିଲେ। ନିକଟସ୍ଥ ଗ୍ରାମ ବାସିନ୍ଦା ତାଙ୍କୁ ସେଠାରୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପୁରୁଷୋତ୍ତମ ପୁର ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଥିଲେ। କିନ୍ତୁ କୃଷ୍ଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। କିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୋଟରସାଇକେଲ ଉଦ୍ଧାର କରିଛନ୍ତି ଓ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।ମୃତ କୃଷ୍ଣ ଜଣେ ଜଳଖିଆ ଦୋକାନ କରି ଘର ଚଳାଉଥିଲେ। ବର୍ତମାନ ତାଙ୍କ ଘରେ ଆଉ ରୋଜଗାରୀଆ କେହି ନାହାନ୍ତି। ପ୍ରଶାସନ ପକ୍ଷରୁ ସହଯୋଗ ର ଆବଶ୍ୟକତା ରହିଛି ବୋଲି ଗ୍ରାମବାସୀ କହିଛନ୍ତି।
Sign in
Sign in
Recover your password.
A password will be e-mailed to you.