ପୋଲିସକୁ ଚକମା ଦେଇ ଖସିଯାଉଥିବା ଦୁଷ୍କର୍ମ ଅଭିଯୁକ୍ତ ଯୁବକ ୪ ବର୍ଷ ପରେ ଏବେ ଜେଲ୍ ଗଲା,

3

ଓଡ଼ଗାଁ,୭।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ରୋହିବାଙ୍କ ପଞ୍ଚାୟତ କଦମଝର ଜୟମଙ୍ଗଳ ପ୍ରସାଦ ଗାଁର ସନ୍ତୋଷ କୁମାର ପ୍ରଧାନ(୨୯)ଙ୍କୁ ଓଡ଼ଗାଁ ପୋଲିସ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଥିଲେ । ଜାମିନ ଖାରଜ ହେବାରୁ ପକ୍ସୋ ଆଇନର ଅଭିଯୁକ୍ତ ସନ୍ତୋଷକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସନ୍ତୋଷ ୪ ବର୍ଷ ପୂର୍ବେ ବିବାହର ପ୍ରତିଶ୍ରୁତି ଦେଇ ଜଣେ ନାବାଳିକାଙ୍କ ସହିତ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲା।ଏବଂ ସାଙ୍ଗରେ କାଶ୍ମୀର ନେଇ ଯାଇଥିଲା । ଅଳ୍ପ କିଛି ଦିନ ପରେ ନାବାଳିକାକୁ କାଶ୍ମୀରରେ ଏକା ଛାଡ଼ିଦେଇ କେଉଁଆଡ଼େ ଚାଲିଯାଇଥିଲା । ନିକଟରେ ରହୁଥିବା ଓଡ଼ିଆ ଲୋକଙ୍କ ସହାୟତାରେ ନାବାଳିକା ଜଣକ କୌଣସି ମତେ ଓଡ଼ଗାଁ ଥାନା ରୋହିବାଙ୍କ ପଞ୍ଚାୟତକୁ ଫେରିଆସିଥିଲା । ଏନେଇ ଓଡ଼ଗାଁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ୫/୨୦୨୨ରେ ଏକ ଦୁଷ୍କର୍ମ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଥିଲେ।ଏବଂ ସନ୍ତୋଷକୁ ଧରିବା ନିମନ୍ତେ ଓଡ଼ଗାଁ ପୋଲିସ୍ ଏକାଧିକ ଥର ଉଦ୍ୟମ କରିଥିବା ବେଳେ ପୋଲିସକୁ ଚକମା ଦେଇ ଅଭିଯୁକ୍ତ ସନ୍ତୋଷ ଖସିଯାଉଥିଲା। ବର୍ତ୍ତମାନ ଓଡ଼ଗାଁ ଥାନା କାର୍ଯ୍ୟରତ ଏସଆଇ ଚକ୍ରଧର ସିଂ ସନ୍ତୋଷକୁ ଧରିବାରେ ସଫଳ ହେବା ପରେ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

Leave A Reply

Your email address will not be published.