ବଲାଙ୍ଗିର, ଘନଶ୍ୟାମ ନାଗ (ଶାସକ ପ୍ରଶାସକ):- ରାଜ୍ୟ ଆଇନ ସେବା ପ୍ରାଧିକରଣର ନିର୍ଦ୍ଦେଶ କ୍ରମେ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ମଳୟ ରଂଜନ ଦାସଙ୍କ ଅନୁମତି କ୍ରମେ ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଜି ପଞ୍ଚାୟତ ସମିତି ମହାବିଦ୍ୟାଳୟ ବଙ୍ଗୋମୁଣ୍ଡା, ବଲାଙ୍ଗିର ଠାରେ ନିଶାମୁକ୍ତ ଭାରତ ଓ ବାଲ୍ୟ ବିବାହ ଉଚ୍ଛେଦ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ପବିତ୍ରାନନ୍ଦ ପ୍ରଧାନ, ଅଧ୍ୟକ୍ଷ, ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବଙ୍ଗୋମୁଣ୍ଡା ଶ୍ରୀମତୀ ମିନତି ରଥ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ସିନ୍ଧେକେଲା, ଡକ୍ଟର ଜୟନ୍ତ ବାଗ, PO, ଜନ ଶିକ୍ଷାନ ସଂସ୍ଥାନ (NGO) ପୂର୍ଣ୍ଣଚନ୍ଦ୍ର ମିଶ୍ର, ଇଂରାଜୀ ଅଧ୍ୟାପକ ନିଲେସ କୁମାର ପାରେ, ସଂପାଦକ ବଙ୍ଗୋମୁଣ୍ଡା ଓକିଲ ସଂଘ, ଶ୍ରୀଯୁକ୍ତ ସୁଧାଂଶୁ ଦାସ, ଅଧିବକ୍ତା, ଶ୍ରୀଯୁକ୍ତ ଭବାନୀ ଶେଖର ରାଓ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ମାଦକ ଦ୍ରବ୍ୟର କୁପ୍ରଭାବ ବିଷୟରେ ଅବଗତ କରାଇବା ସହିତ ନିଶାମୁକ୍ତ ଜୀବନଶୈଳୀ ଦିଗରେ ପ୍ରେରିତ କରାଇଥିଲେ । ଏହାସହ ବାଲ୍ୟ ବିବାହ ଏକ ଗୁରୁତର ସାମାଜିକ କୁପ୍ରଥା ହେବାରୁ ଏହାକୁ ରୋକିବା ପାଇଁ ସଚେତନତା ସୃଷ୍ଟି, ଆଇନଗତ ସୂଚନା ପ୍ରସାର, ସମର୍ଥନ ଓ ସହଯୋଗ ଯୋଗାଇ ସମାଜର ସମସ୍ତ ବର୍ଗକୁ ସକ୍ରିୟ କରିବା ଉପରେ ସୂଚନା ଦେଇଥିଲେ । ସୁସମାଜ ଗଠନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା I
Sign in
Sign in
Recover your password.
A password will be e-mailed to you.