ମାଲକାନଗିରି, ୭/୧/୨୫:ସର୍ବ ସମ୍ମତି ଓ ନିଷ୍ପତ୍ତି କ୍ରମେ ପାଳନ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ଲୋକ ମହୋତ୍ସବ ମାଲ୍ୟବନ୍ତ-୨୦୨୫ । ଆଜି ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ସୋମେଶ କୁମାର ଉପାଧ୍ୟାୟ ଙ୍କ ଅଧ୍ୟକ୍ଷତାରେ ମାଲ୍ୟବନ୍ତ ମହୋତ୍ସବ-୨୦୨୫ ଆୟୋଜନ ନିମନ୍ତେ ତାରିଖ ଧାର୍ଯ୍ୟ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଫେବୃଆରି ୧ ରୁ ୫ ମଧ୍ୟରେ ମାଲ୍ୟବନ୍ତ ମହୋତ୍ସବ ପାଳନ କରାଯିବା ନିମନ୍ତେ ବୈଠକରେ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି। ଜିଲ୍ଲାର ଏହି ଉତ୍ସବକୁ ପାଳନ ନେଇ ସମସ୍ତେ ଏକ ସ୍ୱରରେ ସହମତି ପ୍ରକାଶ କରିଥିବାରୁ ଜିଲ୍ଲାପାଳ ସମସ୍ତଙ୍କୁ ଧନ୍ୟବାଦ୍ ଜ୍ଞାପନ କରିଥିଲେ। କିଭଳି ଶାନ୍ତି ଶୃଙ୍ଖଳା ରକ୍ଷା କରି ସମସ୍ତେ ଏହି ଉତ୍ସବକୁ ଆନନ୍ଦ ଉତ୍ସାହର ସହ ପାଳନ କରିବା ସେଥି ନିମନ୍ତେ ଜିଲ୍ଲାପାଳ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ମହୋତ୍ସବ ସ୍ଥାନୀୟ ଡିଏନକେ ପଡିଆ ଠାରେ ଆୟୋଜନ କରାଯିବ। ମହୋତ୍ସବରେ ଅଧିକ ସିସିଟିଭି ଖଞ୍ଜା ଯାଇ ସମସ୍ତ ପ୍ରକାର ଗତିବିଧି ଉପରେ କଡ଼ା ନଜର ରଖାଯିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷାକୁ ସୁନିଶ୍ଚିତ କରାଯିବ। ତା ସହିତ ଯଦି କୌଣସି ବ୍ୟକ୍ତି ଗୁଜବ କିମ୍ବା ଅପପ୍ରଚାର କରି ବିଶୃଙ୍ଖଳା ସୃଷ୍ଟି କରିବାକୁ ପ୍ରୟାସ କରିବେ, ସେମାନଙ୍କ ବିରୁଦ୍ଧରେ ଜାତୀୟ ସୁରକ୍ଷା ଆଇନ ଆଧାରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥି ପ୍ରତି ସଜାଗ ରହିବାକୁ ସମସ୍ତଙ୍କୁ ସତର୍କ କରାଯାଇଛି। ସେହିପରି ଶାନ୍ତି ଶୃଙ୍ଖଳା ର ସହ ମହୋତ୍ସବ ପାଳନ ନେଇ ସମ୍ପୂର୍ଣ୍ଣ ରୂପେ ୧ ରୁ ୫ ଫେବୃଆରି ପର୍ଯ୍ୟନ୍ତ ମଦ ବିକ୍ରୀକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷେଧ କରାଯାଇଛି। ପୁଣି ଥରେ ସମସ୍ତ କମିଟି ଗୁଡିକ ଚଳ ଚଞ୍ଚଳ ହୋଇ କାର୍ଯ୍ୟ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ମହୋତ୍ସବ ମୁଖ୍ୟ ମଞ୍ଚରେ ଉଚ୍ଚ କୋଟିର ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ ନିମନ୍ତେ ପ୍ରାଧାନ୍ୟତା ଦିଆଯିବ ବୋଲି ମଧ୍ୟ ଜିଲ୍ଲାପାଳ କହିଛନ୍ତି । ମାଲ୍ୟବନ୍ତ ତାରିଖ ଧାର୍ଯ୍ୟ ହେବା ପରେ ଗୃହରେ ସମସ୍ତଙ୍କ ମଧ୍ୟରେ ଖୁସିର ବାତାବରଣ ଖେଳି ଯାଇଛି। ଏହି ବୈଠକକୁ ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତ୍ରାସ ନାରାୟଣ ପଣ୍ଡା ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପତିତ ପାବନ ବୈଦ୍ୟ,
ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନ ଓ ଚିତ୍ରକୋଣ୍ଡା ବିଧାୟକ ପ୍ରତିନିଧି ଗୋବିନ୍ଦ ପାତ୍ର ମଞ୍ଚ ରେ ଅବସ୍ଥିତ ଥିଲେ। ବୈଠକରେ ଜିଲ୍ଲା ଆଦିବାସୀ ମହାସଂଘ, ଜିଲ୍ଲା ସଂସ୍କୃତି ପରିଷଦର ସଦସ୍ୟ, ବୁଦ୍ଧିଜୀବୀ, ଅଧିକାରୀ, ଜିଲ୍ଲା କଳାକାର ସଂଘର ସଦସ୍ୟ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.