ମାଲକାନଗିରିରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ପ୍ରତିଷ୍ଠା ଦିବସ ପାଳିତ।

3

ମାଲକାନଗିରି ତା ୭/୧ ରିଖ: ମାଲକାନଗିରି ଜିଲ୍ଲା ସଦରମହକୁମାସ୍ଥିତ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ କାର୍ଯ୍ୟାଳୟରେ ୯୦ତମ ପ୍ରତିଷ୍ଠା ଦିବସ ଜିଲ୍ଲା ସଭାପତି ତାରକ ମଣ୍ଡଳ ଙ୍କ ତତ୍ବାବଧାନରେ ମହାସମାରୋହରେ ପାଳିତ ହୋଇଯାଇଛି।
ପ୍ରଥମେ ଜିଲ୍ଲା ସଂଘର ଉପଦେଷ୍ଟା ପ୍ରକାଶ ଚନ୍ଦ୍ର ପଟ୍ଟନାୟକ ସଂଘ ପତକା ଉତ୍ତୋଳନ କରି ସଂଘର ପ୍ରତିଷ୍ଠା, ଉଦ୍ଦେଶ୍ଯ ଓ କାର୍ଯ୍ୟାବଳୀ ସଂପର୍କରେ ଉଦବୋଧନ ଦେଇଥିଲେ।
ଏହାପରେ ମାଲକାନଗିରି ବ୍ଲକ୍ ସଭାପତି ରାମ ପ୍ରସାଦ ପାଢ଼ୀ, ଜିଲ୍ଲା ଉପସଭାପତି ସାଧନା ମଣ୍ଡଳ, ପୂର୍ଣ୍ଣ ଚନ୍ଦ୍ର ସାହୁ, ବାଲା ରାଜୁ ପାଢି, ଜିଲ୍ଲା ସାଧାରଣ ସଂପାଦକ ଦାମୋଦର ସାହୁ,ଜିଲ୍ଲା ଉପଦେଷ୍ଟା ନାରାୟଣ ଭୋଳ ପ୍ରମୁଖ ଶିକ୍ଷକମାନଙ୍କ ପ୍ରତିଷ୍ଠା, ସମ୍ମାନ, ଶିକ୍ଷକ ଏକତା ଏବଂ ସଂଘବଦ୍ଧ ଜୀବନ ଯାପନ ସଂପର୍କରେ ଉପଷ୍ଥିତ ଶିକ୍ଷକମାନଙ୍କୁ ଅବଗତ କରାଇ ଥିଲେ। ରାଜ୍ୟ ସଂଘର ଉପସଭାପତି ରଞ୍ଜିତ ନାୟକ ମାଲକାନଗିରି ଜିଲ୍ଲାର ଶିକ୍ଷକମାନଙ୍କ ପଦୋନ୍ନତିରେ ବ୍ୟାଘାତ, ବଦଳି ସମସ୍ୟା, ନିର୍ବାଚନ ପ୍ରକ୍ରିୟା, ସଙ୍ଗଠନ , କେତେକ ବ୍ଲକ୍ ଶିକ୍ଷୀଧିକାରୀଙ୍କ ମନୋମୁଖୀ ଆଚରଣ ସମ୍ରର୍କରେ ଅବଗତ କରାଇ ଥିଲେ। ଜିଲ୍ଲା ସଭାପତି ଶ୍ରୀ ମଣ୍ଡଳ ସମସ୍ତ ଭାଷଣର ସମସ୍ୟା ଓ ସମାଧାନର ମାର୍ଗ ଉନ୍ମୋଚନ କରିଥିଲେ।
ଏହି କାର୍ଯ୍ୟକ୍ରମକୁ ସମୀର ରଥ ସଂଯୋଜନା କରିଥିବା ବେଳେ ଗଣେଶ ଜେନା, ମନୋରଞ୍ଜନ ବେହେରା, ଚିତ୍ତ ସରକାର ପ୍ରମୁଖ ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ରେ ତରୁଣ ଦେ,ବସନ୍ତ ରାଉତ,ପ୍ରସନ ବାରିକ, ସତ୍ୟନାରାୟଣ ଦେ ପୁର୍ଣଚନ୍ଦ୍ର ଖଣ୍ଡପାଣି, ଅମୃତ ସରକାର, ରଞ୍ଜନ ମଣ୍ଡଳ, ଉମାକାନ୍ତ ମୁଦୁଲି, ବିଜୟ ମିସ୍ତ୍ରୀ କଳ୍ପତରୁ ନାୟକ ମନୋରଞ୍ଜନ ସେଠୀ ,ଲଷ୍ମୀ ରଥ,ନିହାର ରଞ୍ଜନ ଭୋଳ ପ୍ରମୁଖ ଶତାଧିକ ଶିକ୍ଷକ ଉପସ୍ଥିତ ହୋଇ ଥିଲେ l
ଶେଷରେ ଉପଦେଷ୍ଟା ପ୍ରଫୁଲ୍ଲ ଦଳେଇ ଧନ୍ୟବାଦ ଅର୍ରଣ କରିଥିଲେ।

Leave A Reply

Your email address will not be published.