ଇଂରାଜୀ ନବବର୍ଷର ପ୍ରଥମ ସୋମବାରରେ ଡେଲି ମାର୍କେଟରେ ପ୍ରସାଦ ବଣ୍ଟନ।

3

କେନ୍ଦୁଝର,ତା୬/୧- କେନ୍ଦୁଝର ଦୈନିକ ବଜାରରେ ଥିବା ରାସ ମନ୍ଦିର ସମ୍ମୁଖରେ ହଜାର ହଜାର ଭକ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇଛି। ବଜାର କମିଟି ସହ ବ୍ୟବସାୟୀ ଭାଇ ମାନେ ମିଶି ନବ ବର୍ଷର ପ୍ରଥମ ସୋମବାରରେ ଗ୍ରାହକ ଦେବତାଙ୍କୁ ପ୍ରସାଦ ବାଣ୍ଟି ଥାଆନ୍ତି। ତେଣୁ କାଲି ସେଠାରେ ପରିବା ବଜାର ସହ ଦୋକାନ ସବୁ ବନ୍ଦ କରି ବେପାରୀ ଭାଇମାନେ ମିଶି ଏହି ବିରାଟ ଆୟୋଜନ କରିଥିଲେ। ଶାନ୍ତି ଶୃଙ୍ଖଳାର ସହ ଭକ୍ତ ମାନେ ଧାଡ଼ିରେ କ୍ଷୀରି ଖେଚୁଡ଼ି ଭୋଗ ଖାଇ ଖୁସି ହୋଇଥିଲେ।ଏହି କାର୍ଯ୍ୟକ୍ରମରେ ସମସ୍ତ ବଜାର କମିଟି ସଦସ୍ୟ ମାନେ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.