ଭବାନୀପାଟଣାରେ ତ୍ରିଦିନାତ୍ମକ ରାହାଗିରି କାର୍ଯ୍ଯକ୍ରମ ଜାନୁଆରୀ ୧୧ ରୁ ୧୩ ପର୍ଯ୍ଯନ୍ତ

3

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)କଳାହାଣ୍ଡି ଉତ୍ସବ ଘୁମୁରା ଅବସରରେ ହେବାକୁ ଥିବା ରାହାଗିରି କାର୍ଯ୍ଯକ୍ରମର ପୂର୍ବ ପ୍ରସ୍ତୁତି ନିମନ୍ତେ ଏକ ଜରୁରୀକାଳୀନ ବୈଠକ ସଞ୍ଜୟ କୁମାରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଯୋଜନା କାର୍ଯ୍ଯାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି। ଏଥିରେ ଉପଦେଷ୍ଟା ଡ. ଅଜୟ କୁମାର ମିଶ୍ର, ସହ ଅଧ୍ୟକ୍ଷ ସୌଭାଗିନୀ ପାତ୍ର, ନୋଡାଲ ଅଫିସର ଶ୍ରୀକାନ୍ତ ଦଳେଇ,ଉପନିର୍ଦ୍ଦେଶକ, ଯୋଜନା, କଳାହାଣ୍ଡି, ସଂଯୋଜକ ସୁଶାନ୍ତ କୁମାର ସିଂହ ଓ ଅନ୍ଯାନ୍ଯ ସଦସ୍ଯ ଓ ସଦସ୍ଯା ଓ ବିଭିନ୍ନ ବିଦ୍ୟାଳୟ ଯଥା ପ୍ରଗତି ଶିକ୍ଷାନୁଷ୍ଠାନ, ବିକାଶ ଆବାସିକ ବିଦ୍ୟାଳୟ, କିସ୍, ବୃନ୍ଦାବନ ସ୍ମାର୍ଟ ସ୍କୁଲ, ଶାସ୍ତ୍ରୀଜୀ ଶିକ୍ଷା ନିକେତନ, ବଚପନ ପ୍ଲେ ସ୍କୁଲର ପ୍ରତିନିଧି ମାନଙ୍କ ଙ୍କ ଉପସ୍ଥିତିରେ କାର୍ଯ୍ଯକ୍ରମର ରୂପରେଖ ଓ ପ୍ରସ୍ତୁତି ଉପରେ ଆଲୋଚନା ହୋଇଥିଲା। ଆଲୋଚନାର ଫଳାଫଳରେ ରାହାଗିରି କାର୍ଯ୍ଯକ୍ରମ ଜେଲଛକ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ପର୍ଯ୍ଯନ୍ତ ରାଜରାସ୍ତାରେ ତା ୧୧ .୦୧. ୨୦୨୬ ଠାରୁ ୧୩. ୦୧. ୨୦୨୬ ପର୍ଯ୍ଯନ୍ତ ତିନିଦିନ ବ୍ଯାପି ଅନୁଷ୍ଠିତ ହେବ, ଯେଉଁଥିରେ ବିଭିନ୍ନ ପ୍ରକାର କାର୍ଯ୍ଯକ୍ରମକୁ ସ୍ଥାନ ଦିଆଯାଇଛି ଯଥା ଚିତ୍ରାଙ୍କନ ପ୍ରତିଯୋଗିତା, ସମୂହ ଓ ଏକକ ନୃତ୍ୟ, ଯୋଗ, ମାସଡ୍ରିଲ୍, କରାଓକେ, କରାଟେ, କୁମ୍ଫୁ, ବ୍ଯାଡମିନ୍ଟନ, ରଙ୍ଗୋଲି, ବାଲୁକା କଳା, ଫୁଡ ଫେଷ୍ଟିଭାଲ, ମ୍ୟାଜିକ୍, ରେମ୍ପ ସୋ, ମିମିକ୍ରି, ରାଇଫଲ ଚାଳନା, ମହିଳାମାନଙ୍କ ପାଇଁ ବିଭିନ୍ନ ଖେଳ, ବାଇକ ସୋ, କ୍ଷୁଦ୍ର ନାଟକ ଇତ୍ୟାଦି।
କାର୍ଯ୍ଯକ୍ରମକୁ ସଠିକ୍ ରୂପରେଖ ଦେବାପାଇଁ ସଦସ୍ଯ ମାନଙ୍କୁ ବିଭିନ୍ନ ଦାୟିତ୍ବ ବଣ୍ଟନ କରାଯାଇଥିଲା। ପରିଶେଷରେ ଅଧ୍ୟକ୍ଷ ସଞ୍ଜୟ କୁମାର ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରି ସଭାସାଙ୍ଗ କରିଥିଲେ।

Leave A Reply

Your email address will not be published.