ବେଲଗୁଣ୍ଠା -(ଶିବରାମ ଚୌଧୁରୀ)-ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟ 1995 ମ୍ୟାଟ୍ରିକ ବ୍ୟାଚର ବନ୍ଧୁମିଳନ ବେଲଗୁଣ୍ଠା ନିକଟସ୍ଥ ମାଆ କନ୍ଧୁଣି ଦେବୀ ପୀଠ ରେ ଅନୁଷ୍ଠିତ ହୋଇଯାଇଛି. 11992 ରୁ 1995 ମସିହାରେ ଅଧ୍ୟୟନ ରତ ବିଦ୍ୟାର୍ଥୀ ଙ୍କ ବନ୍ଧୁତା ର ସୁମଧୁର ବନ୍ଧନରେ ବାନ୍ଧି ହୋଇ ଆଜି ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଈଯାଈଛି। ଦୀର୍ଘ ବର୍ଷ ଧରି ପାଳିତ ହେଉଥିବା ଏହି ବନ୍ଧୁ ମିଳନ ବେଳେ ପାରସ୍ପରିକ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଏଭଳି ବିରଳ ବନ୍ଧୁତା ପରିଲକ୍ଷିତ ହୋଈଥିଲା। ସର୍ବୋପରି ଅନ୍ତରଙ୍ଗ ସମ୍ପର୍କ ବନ୍ଧୁତା ର ନିଦର୍ଶନ ରୁ ପାରସ୍ପରିକ ଐକ୍ୟ ଭାବ ସୁସ୍ପଷ୍ଟ ହୋଇଥିଲା। ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ବହୁ ଦୂରଦୂରାନ୍ତରୁ ଆସିଥିବା ବନ୍ଧୁ ଙ୍କ ସହିତ ବର୍ଷ କୁ ଥରେ ଭେକଘାଟ ର ସୁବିଧା ସୁଯୋଗ ହୋଈଥିବାରୁ ସମସ୍ତେ ଅତ୍ୟନ୍ତ ଆନନ୍ଦିତ ହେବା ସହ ପୁରୁଣା ଦିନର ସ୍ମୃତି ସବୁକୁ ମନେ ପକାଈଥିଲେ। କୌଣସି କାରଣ ବଶତଃ ଆସି ପାରିନଥିବା ବନ୍ଧୁମାନେ ଆଭାସୀ ମାଧ୍ୟରେ ଯୋଡି ହୋଇଥିଲେ. ଏହି ସମୟରେ ଆୟୋଜିତ ହୋଇଥିବା ବୈଠକରେ ପୂର୍ବବର୍ଷ ର ଉପଲବ୍ଧି ଆଲୋଚନା କରାଯିବା ସହ ଆଗାମୀ ଦିନରେ ମାଆ ବ୍ରାହ୍ମଣ ଦେବୀଙ୍କ ଯାତ୍ରା ସମୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବା ନେଇ ସର୍ବସମ୍ମତ ନିଷ୍ପତି ନିଆ ଯାଇଥିଲା. ରାମଚନ୍ଦ୍ର ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଦୀପକ କୁମାର ପଣ୍ଡା,ଅନିଲ କୁମାର ପାଣିଗ୍ରାହୀ,ଜିତେନ୍ଦ୍ର ପ୍ରଧାନ,ସନତ ସୁବୁଦ୍ଧି,ପ୍ରଶାନ୍ତ କୁମାର ଡାକୁଆ, ପ୍ରଶାନ୍ତ କୁମାର ବେହେରା,ସଞ୍ଜୟ କୁମାର ଗୌଡ଼,ପ୍ରମୋଦ ଅଚାରି, ସତ୍ୟ ନାରାୟଣ ପାଢ଼ୀ,ଶ୍ରୀନିବାସ ପାତ୍ର,କେଦାର ପାତ୍ର,ବାଳକୃଷ୍ଣ ପାତ୍ର,ସମୀର ଦାସ,ରାଜେନ୍ଦ୍ର ସାହୁ,ବାବୁଲା ପ୍ରଧାନ,ଜୟନ୍ତ ପଣ୍ଡା,ଟୁଲୁ ଦାସ,ରାଜ କୁମାର ସାମନ୍ତରାୟ,ଚିତ ରଞ୍ଜନ ଗୌଡ଼, ଉପେନ୍ଦ୍ର ସାହୁ, ଆନନ୍ଦ ପାତ୍ର, ଧୀରେନ୍ଦ୍ର ବିଷୋୟୀ, ଏ. ସୁଶୀଲ କୁମାର ପ୍ରମୁଖ ଯୋଗଦାନ କରିଥିଲେ l
Sign in
Sign in
Recover your password.
A password will be e-mailed to you.