ବିଶାଳ ସ୍ବାସ୍ଥ୍ଯ ସେବା ଶିବିର

2

ବାଲୁଗାଁ:(ସେକ କୌସର):ବାଲୁଗାଁର ସର୍ବ ପୂରାତନ ବ୍ଯବସାୟିକ ସଂଗଠନ ଶ୍ରୀ ଶ୍ରୀ ଉମାମହେଶ୍ବର ବଣିକ ସଂଘ ଆନୁକୂଲ୍ଯ ତଥା ଭୁବନେଶ୍ଵର ସ୍ଥିତ ସନସାଇନ ହସ୍ପିଟାଲ ସହଯୋଗରେ ସଂଘ ସଭାଗୃହ ଠାରେ ଆଜି ଏକ ବିଶାଳ ନିଃଶୁଳ୍କ ସ୍ବାସ୍ଥ୍ଯ ସେବା ଶିବିରର ଆଯୋଜନ କରାଯାଇଥିଲା। ଉକ୍ତ ଶିବିରକୁ ସଂଘ ସଭାପତି ରବିନାରାୟଣ ନାୟକଙ୍କ ଦ୍ବାରା ଉଦଘାଟନ କରାଯାଇଥିଲା।ଉକ୍ତ ଶିବିରରେ ଅସ୍ଥିଶଲ୍ଯ ବିଶେଷଜ୍ଞ ଡାକ୍ତର ଉମେଶଚନ୍ଦ୍ର ସାହୁ, ହୃଦରୋଗ ବିଶେଷଜ୍ଞ ଡାକ୍ତର ଶ୍ରୀତମ ଆଚାର୍ଯ୍ଯ ଏବଂ କିଡନି ରୋଗ ବିଶେଷଜ୍ଞ ଡାକ୍ତର ଆଦିତ୍ଯ ପ୍ରସାଦ ପାଢୀଙ୍କ ଦ୍ବାରା ପରୀକ୍ଷା କରାଯାଇ ଉପଯୁକ୍ତ ପରାମର୍ଶ ଦେବା ସହିତ ଆବଶ୍ଯକ ଔଷଧ ବିତରଣ କରାଯିବା ସହିତ ହସ୍ପିଟାଲର ସେବିକା ମାନଙ୍କ ଦ୍ବାରା ବିଭିନ୍ନ ପ୍ରକାର ପରୀକ୍ଷା କରାଯାଉଥିଲା। ଉକ୍ତ ଶିବିରକୁ ସଂଘ ସଭାପତି ରବିନାରାୟଣ ନାୟକ, ଉପ ସଭାପତି ଧୀରେନ୍ଦ୍ରନାଥ ପାତ୍ର ଓ ସେଖ୍ ଗନିଫ୍, ସଂପାଦକ ସରୋଜ କୁମାର ପାତ୍ରଙ୍କ ସମେତ ସଂଘ କାର୍ଯ୍ଯକାରୀ କମିଟି ସଦସ୍ଯ ଡଥା ଅନ୍ଯାନ୍ଯ ସଦସ୍ଯ ମାନେ ପରିଚାଳନା କରିଥିବା ବେଳେ ହସ୍ପିଟାଲର ଲୋକ ସମ୍ପର୍କ ଅଧିକାରୀ ଶିବପ୍ରସାଦ ପ୍ରଧାନ ଓ ବୁଦ୍ଧନାଥ ଦଳାଇଙ୍କ ସମ୍ପୂର୍ଣ୍ଣ ସହଯୋଗ ଥିଲା। ସ୍ଥାନୀୟ ଅଂଚଳର ୧୩୭ ଜଣ ନିଜର ସ୍ବାସ୍ଥ୍ଯ ପରୀକ୍ଷା କରିଥିଲେ।

Leave A Reply

Your email address will not be published.