ପଦମପୁର : ଅଦ୍ୟ ତା ୪/୧/୨୦୨୬ ରବିବାର୍ ଦିନ ସିରଜିନା କାର୍ଯ୍ୟାଳୟ ରେ ସିରଜିନା ର ନୂଆବର୍ଷ ର ପ୍ରଥମ୍ ବୈଠକ୍ ଅନୁଷ୍ଠିତ ହୋଯାଇଛି। ଉକ୍ତ ବୈଠକ ରେ ସଭାପତିତ୍ଵ କରିଥିଲେ ଶ୍ରୀଯୁକ୍ତ ଆଦିତ୍ୟ କୁମାର୍ ରଥ। ଆସନ୍ତା ଏପ୍ରିଲ ୪ ଓ ୫ ତାରିଖ ରେ ସିର୍ଜିନା ଉତ୍ସଵ ପାଳନ କରିବା ସ୍ଥିରୀକୃତ ହୋଇଥିଲା। ଏହି ଅବସରରେ ହାଇସ୍କୁଲ ସ୍ତରୀୟ ନାଟକ ପ୍ରତିଯୋଗିତା ଓ ରାଜ୍ୟ ସ୍ତରୀୟ କବି ସମ୍ମିଳନୀ କରାଯିବା ବୋଲି ସଂପାଦକ ରାଜେନ୍ଦ୍ର ମହାନ୍ତି ସୂଚନା ପ୍ରଦାନ କରିଥିଲେ। ଆସନ୍ତା ୧୪ ତାରିଖ ରେ ମକର ମିଳନ କରାଯିବାକୁ ଆଲୋଚନା ହେଲା। ଉକ୍ତ ବୈଠକ ରେ ପଣ୍ଡିତ ପରମେଶ୍ୱର୍ ଦାଶ ଦେବେନ୍ଦ୍ର ତ୍ରିପାଠୀ ଶ୍ରୀ ଆନନ୍ଦ ବେହେରା ମହେଶ୍ୱର ସାହୁ କେଦାର ସାହୁ କିଶୋର୍ ପାତ୍ର ଆଶୁତୋଷ ପାଣିଗ୍ରାହୀ ମୀନକେତନ ସାହୁ ଦିଲେଶ୍ୱର୍ ବାଗ ସନାତନ ବାରିକ୍, ସନ୍ତୋଷ ମହାନ୍ତି ଭୋଜରାଜ ବୁଡେକ ସୁନୀଲ ବେହେରା ପ୍ରମୂଖ ସଭ୍ୟ ଯୋଗ ଦାନ କରି ନିଜସ୍ଵ ମତ ପ୍ରଦାନ୍ କରି ଥିଲେ। ଏହି ଅବସର ରେ ଶ୍ରୀ ଆଦିତ୍ୟ ରଥଙ୍କୁ ସିରଜିନା ତରଫରୁ ସମ୍ମାନିତ କରାଯାଇଥିଲା ।ଶେଷ ରେ ଉପ ସଭାପତି ଆନନ୍ଦ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post