ନୂଆବର୍ଷ ଉପଲକ୍ଷେ ପିର ଯାହାନିଆଁ ପୀଠ ରେ ହଜାର ହଜାର ପର୍ଯ୍ୟଟକ l

0 2

ଅସ୍ତରଙ୍ଗ:  ଓଡିଶା ର ସବୁଠାରୁ ପର୍ଯ୍ୟଟକ ମାନଙ୍କୁ ଆକର୍ଷଣ କରୁଥୁବା ପୂରୀ ଜିଲ୍ଲା ର ଅସ୍ତରଙ୍ଗ ର ପିର ଯାହାନିଆଁ ବେଳାଭୂମି ରେ ନୂଆ ବର୍ଷ ଉପ ଲକ୍ଷେ, ହଜାର ହଜାର ପର୍ଯ୍ୟଟକ ମାନଙ୍କୁ ଦେଖିବାକୁ ମିଳିଛି l କେହି ବେଳାଭୂମିରେ ସମୁଦ୍ର ର ଲହଡି ଭାଙ୍ଗି ମଜା ନେଉଥିବା ବେଳେ, କେହି ବେଳାଭୂମି ର ବିଭିର୍ଣ୍ଣ ବେଳା ଭୂମି ରେ ଖେଳ ର କସରତ, କେହି ରୋଷେଇ କରି ଭୋଜି ଭାତ କରିବା ସହ ବିଭିର୍ଣ୍ଣ ନାଜ ଗୀତର ଆସର, ଓ କେହି ଅନ୍ୟାନ କାର୍ଯ୍ୟକ୍ରମ ରେ ନିୟୋଜିତ ହୋଇ ଥିବାର ଦେଖିବାକୁ ମିଳି ଥିଲା l ପ୍ରାରମ୍ଭରେ ଆସୁଥିବା ପର୍ଯ୍ୟଟକ ମାନେ ବାବା ପୀରଙ୍କୁ ଦର୍ଶନ କରି ଆଶୀର୍ବାଦ ନେବା ସହ ବହୁ ପର୍ଯ୍ୟଟକ ବାଲୁକା ଜଙ୍ଗଲ ରେ ରୋଷେଇ କରି ନ ପାରି ବେଳା ଭୂମିରେ ଥିବା ବିଭିର୍ଣ୍ଣ ଖାଦ୍ୟ ସେଣ୍ଟର ରୁ ଗୁରୁବାର ଥିବାରୁ ବହୁ ପର୍ଯ୍ୟଟକ ଆମିଷ ଖାଦ୍ୟ ଭକ୍ଷଣ କରିଥିବାର ଦେଖିବାକୁ ମିଳି ଥିଲା l ସେ ଯାହା ହେଉ ଓଡ଼ିଶାର ଯେତେ ବେଳାଭୂମି ଅଛି, ପିର ଜାହିଁନିଆଁ ବେଳାଭୂମି ର ସ୍ୱତନ୍ତ ତା ରହିଛି, ତାହାର କାରଣ ଯେଉଁଠି ଦେଖିବେ, ଡଲ ଫିନ ସହ ଥଣ୍ଟିଆ କୁମ୍ଭୀର ର ଲୁଚକାଳି ଖେଳ, ଅଲିଭ ରିଡଲ କଚ୍ଛପ ଙ୍କ ସମୂହ ଅଣ୍ଡାଦାନ, ତିରିଶ କିଲୋମିଟର ବ୍ୟାପି ବିସ୍ଥିର୍ଣ ବେଳା ଭୂମି, ଜଙ୍ଗଲ ଭିତରେ ଆରାମ ଦାୟକ ବଣ ଭୋଜି,ସଫେଇ କର୍ମ ଚାରି ସହ ବ୍ୟାପକ ପୋଲିସ ମୁତୟନ ଆଦି ଯୋଜନା କାର୍ଯ୍ୟକ୍ରମ ଏହି ବେଳାଭୂମିରେ ମୁଖ୍ୟ ଉଦେଶ୍ୟ ବୋଲି ଜଣା ପଡିଛି l ତେଣୁ କରି ଏହି ବେଳାଭୂମି କୁ ସୁରକ୍ଷିତ ଭାବି ସ୍ରମସ୍ତ ସୁବିଧା ଉପଭୋଗ ଥିବାରୁ ବହୁ ପର୍ଯ୍ୟଟକ ଆସୁଥିବା ଜଣା ପଡିଛି ବୋଲି ସ୍ଥାନୀୟ ସରପଞ୍ଚ କ୍ଷୀରୋଦ କାଣ୍ଡି ପ୍ରକାଶ କରି ଛନ୍ତି l

Leave A Reply

Your email address will not be published.