କଟକରେ ମୋକିମ ଫାଉଣ୍ଡେସନ ପକ୍ଷରୁ ମେଗା ସ୍ପୋର୍ଟସ କ୍ରାନିଭାଲ ଆୟୋଜିତ

0 2

କଟକ, ତା ୦୧/୦୧- କଟକ ସହରର କ୍ରୀଡ଼ା ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ମୋକିମ ଫାଉଣ୍ଡେସନ ପକ୍ଷରୁ ଏକ ଭବ୍ୟ “ମେଗା ସ୍ପୋର୍ଟସ କ୍ରାନିଭାଲ” ଆୟୋଜିତ ହେବାକୁ ଯାଉଛି। ଆସନ୍ତା ଜାନୁୟାରୀ ୩ ତାରିଖରୁ ଆରମ୍ଭ ହୋଇ ଏହି କ୍ରୀଡ଼ା ମହୋତ୍ସବ ଜାନୁୟାରୀ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ।
ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଭାବେ କଟକର ବିଭିନ୍ନ କ୍ଲବ୍ ମାନଙ୍କୁ ନେଇ “ମୋକିମ ଫାଉଣ୍ଡେସନ କ୍ରିକେଟ ପ୍ରୀମୀୟର ଲିଗ୍” ସ୍ଥାନୀୟ ଉପର ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ହେବ। କ୍ରିକେଟ ସହିତ ଶାରୀରିକ କୌଶଳ ଓ ଆତ୍ମରକ୍ଷାମୂଳକ ଖେଳ ଯଥା ଟାଇକୋଣ୍ଡୋ, କରାଟେ ଏବଂ ବକ୍ସିଂ ଭଳି ବିଭିନ୍ନ ଇଣ୍ଡୋର୍ କ୍ରୀଡ଼ା ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଉଛି।
ଏ ସମ୍ପର୍କରେ ସୂଚନା ଦେଇ ଫାଉଣ୍ଡେସନର ଟ୍ରଷ୍ଟି ମେମ୍ବର ଶକିଲ ଖାନ କହିଛନ୍ତି ଯେ, ଆସନ୍ତା ୧୪ ତାରିଖରେ ଏହି ମେଗା କ୍ରାନିଭାଲର ଉଦଯାପନୀ ଉତ୍ସବ ସ୍ଥାନୀୟ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସୁଦିପ୍ତା ନନ୍ଦ ଏବଂ ଓଟିବିଶିଏର (OTBCA) ସଭ୍ୟ ଦେବନନ୍ଦ ଝା , ଜ୍ଞାନ ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ଆଲୋକପାତ କରିଥିଲେ। ସହରର କ୍ରୀଡ଼ାପ୍ରେମୀ ଓ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବାକୁ ଫାଉଣ୍ଡେସନ ପକ୍ଷରୁ ଅନୁରୋଧ କରାଯାଇଛି।

Leave A Reply

Your email address will not be published.