ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍କୁଲରେ ବଣ୍ଟନ ନିମନ୍ତେ IEC ସାମଗ୍ରୀକୁ ଉଦଘାଟନ କଲେ ଜିଲ୍ଲାପାଳ ।

0 2

କେନ୍ଦ୍ରାପଡ଼ା(ପ୍ରଫୁଲ୍ଲ କୁମାର ମଲ୍ଲ) ମଙ୍ଗଳବାର ଦିନ ଜିଲ୍ଲାର ସ୍କୁଲ ମାନଙ୍କରେ କିଶୋର କିଶୋରୀଙ୍କ ପୁଷ୍ଟିକର ସ୍ୱାସ୍ଥ୍ୟ ସହିତ ଚକ୍ଷୁ ପରୀକ୍ଷା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲାପାଳ ରଘୁରାମ ଆର ଆୟର ପୁରୁଣା ଡାକ୍ତରଖାନା ସ୍ଥିତ ସମ୍ମିଳନୀ କକ୍ଷରେ IEC(Information ସୂଚନା education ଶିକ୍ଷା Communication ଯୋଗାଯୋଗ ) ସମ୍ମିଳିତ ସାମଗ୍ରୀକୁ ଉଦଘାଟନ କରିଛନ୍ତି | ଶାରୀରିକ ଓ ମାନସିକ ଅଭିବୃଦ୍ଧି,ଭାବନାତ୍ମକ କୁଶଳତା ଓ ମାନିସିକ ସ୍ୱାସ୍ଥ୍ୟ ,ଲିଙ୍ଗଗତ ସମାନତା,ପୋଷଣ ସ୍ୱାସ୍ଥ୍ୟ ଓ ପରିମଳ,ନାଗରିକତାର ମୂଲ୍ୟବୋଧ ଇତ୍ୟାଦି ଲେଖା ଥିବା ସଚେତନତା ବାର୍ତ୍ତା ଦ୍ୱାରା କିଶୋରୀ କିଶୋରୀ ନିଶ୍ଚିତ ଭାବେ ଉପକୃତ ହେବେ ବୋଲି ବୈଠକରେ ମତପୋଷଣ କରାଯାଇଛି | ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମନୋରଞ୍ଜନ ରାଉତ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଏବଂ ଅଧ୍ୟକ୍ଷ ଡା.ପ୍ରମୋଦ କୁମାର ପ୍ରହରାଜ,
ଏଡିପିଏଚଓ (ପରିବାର କଲ୍ୟାଣ )ଡା. ସଚ୍ଚିଦା ନନ୍ଦ ମିଶ୍ର,ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ଗୌରାଙ୍ଗ ଚରଣ ଗିରି, ସମେତ ଏଓ, ଏଫଓ, ଡିପିଏମ, ଡିପିଏଚସିଓ, ଏଡିଇଓ ଏବଂ ସିଡିପିଓ ପ୍ରମୁଖ ଉପସ୍ଥିତ ଥିଲେ |

Leave A Reply

Your email address will not be published.